ହକ ପାଇଁ ଧାରଣା ଦେଲେ ଗ୍ରାମବାସୀ

0 167

ଲାଞ୍ଜିଗଡ଼, ୨୭/୭(ଏସଏସନିୟୁଜ) ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବାର ପ୍ରତିବାଦକରି ଲାଞ୍ଜିଗଡ଼ ବ୍ଲକ୍ ଛତ୍ରପୁର ଗ୍ରାମର ପ୍ରକୃତ ହିତାଧିକାରୀମାନେ ଛତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍‌ନାରେ ଧାରଣା ଦେଇଛନ୍ତି। ମନରେଗା ଯୋଜନାରେ କାମ ମିଳୁନାହିଁ। କାମ ପାଇଲେ ପାଉଣା ମଧ୍ୟ ଠିକଭାବେ ମକ୍ଟଳରନାହି ।ଏହାସହ ବିଭିର୍ଣ ସରକାରୀ ସୁବିଧାରୁ ଏମାନେ ବଂଚିତ ହେଉଛନ୍ତି ବୋଲି ଧାରଣାରତ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।ଗ୍ରାମବାସୀମାନେ ଜୁଲାଇ ୧୬ ତାରିଖରେ ଲାଞ୍ଜିଗଡ଼ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ଗୁରୁର୍ୱ ଦିଆଯାନଥିବାର ଅଭିଯୋଗ କରିଛନ୍ତି ।ଏଥିପ୍ରତି ଗୁରୁତ୍ୱ ନଦେଲେ ବ୍ଲକ୍ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.