ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବଢିଲା

0 338

ଭୁବନେଶ୍ବର,୩୦/୧୨(ସତ୍ୟସନ୍ଧାନ)ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବଢ଼ାଇଲେ କେନ୍ଦ୍ର ସରକାର । ୩୧ ଡିସେମ୍ବର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ସହ  ସାଧାରଣ ଟିକସଦାତାଙ୍କ ଆଇଟି ରିଟର୍ଣ୍ଣ ଅବଧି ଜାନୁଆରୀ ୧୦ ଯାଏଁ ବୃଦ୍ଧି କରିଛନ୍ତି  । ପୂର୍ବରୁ ୨ ଥର ଅବଧି ବୃଦ୍ଧି କରାଯାଇ ଡିସେମ୍ବର ୩୧ କରାଯାଇଥିଲା   । ସେହିଭଳିଭାବେ ଅଡିଟ ଯୁକ୍ତ ଆକାଉଣ୍ଟ ରିଟର୍ଣ୍ଣ ଅବଧି ଓ ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ୍ ରିଟର୍ଣ୍ଣ ଅବଧି  ଫ୍ରେବୁଆରୀ  ୧୫ ଯାଏ ବୃଦ୍ଧି କରାଯାଇଛି । ବିବାଦରୁ ବିଶ୍ୱାସ ସ୍କିମରେ ରିଟର୍ଣ୍ଣ ଅବଧି ୩୧ ଜାନୁଆରୀକୁ ବୃଦ୍ଧି ଓ ସେଣ୍ଟ୍ରାଲ ଜିଏସ୍‌ଟି ରିଟର୍ଣ୍ଣ ଅବଧି ମଧ୍ୟ ଫ୍ରେବୁଆରୀ ୨୮ ଯାଏ ବୃଦ୍ଧି  କରାଯାଇଥିବାର ଜଣାପଡିଛି।

 

Leave A Reply

Your email address will not be published.