ଇତିହାସ ରଚିଲେ ସାଇ ସ୍ୱରୂପ

କଟକ, ୪।୮(ଏସଏସନିଉଜ)କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଇତିହାସ ରଚିଲେ ସାଇ ସ୍ୱରୂପସ୍ୱାଇଁ। ଗୁଜୁରାଟର ଅହମଦାବାଦରେ ଅନୁଷ୍ଠିତ ୫୧ ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ୧ମ କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି ସାଇ ସ୍ୱରୂପ। ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶା ପାଇଁ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ କାଂସ୍ୟ ପଦକ ପାଇ ଇତିହାସ ରଚିଛନ୍ତି ବାରଙ୍ଗ ମାଟିର ପୁଅ ସାଇ ସ୍ୱରୂପ। ବାରଙ୍ଗ ବ୍ଲକ ବ୍ରାହ୍ମଣୀ ଗାଁ ବାସିନ୍ଦା ସୁବାସ ଚନ୍ଦ୍ର ସ୍ୱାଇଁ ଓ ରୁନୁ ସ୍ୱାଇଁଙ୍କ ପୁତ୍ର ହେଉଛନ୍ତି ସାଇ ସ୍ୱରୂପ। ପିତା ଓଡ଼ିଶା ପୋଲିସରେ ଉପ ନିରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନଆଡ଼ୁ ସାଇ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

- Advertisement -

Leave A Reply

Your email address will not be published.