ଜବତ ହେଲା ବେଆଇନ କଫ ସିରପ

0 1,045

କଟକ,୧/୧୧(ଏସ ଏସ ନିୟୁଜ ) ମର୍କତନଗର ଥାନା ପୋଲିସ ରବିବାର ଦିନ  ବେଆଇନ କାରବାର ହେଉଥିବା କଫ ସିରପ ଜବତ କରିଛି। କଫ ସିରପ ରେ ଅପମିଶ୍ରଣ କରାଯାଇ ଏନ ୧୦ ନିଶା ଟାଵଲେଟ୍ ମିଶାଯାଉଥିଲା  । ଏହାର ୧୦୦ ଏମ୍. ଏଲ ର  କଫ୍ ସିରପ କୁ ୧୧୦ ଟଙ୍କାରେ ବିକ୍ରି କରାଯାଉଥିଲା  । ଏହାର  ସେବନ କାରୀ ଙ୍କୁ ବିନା ବାସନାରେ ନିଶା ଅଧିକ ହେଉଥିଲା  । ଏହି ସିରଫ୍ ଶସ୍ତା ସହ ସୁବିଧାରେ ମିଳୁଥିବାରୁ ଗ୍ରାହକ ଙ୍କ ଚାହିଦା ବଢୁଥିଲା । କୌଣସିସୂତ୍ରରୁ ଖବର ପାଇ ମର୍କତନଗର ଥାନା ପୋଲିସ ୪ ଲକ୍ଷ ୧୫ ହଜାର ଟଙ୍କା ମୂଲ୍ୟର କଫ୍ ସିରଫ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଛି ।

 

Leave A Reply

Your email address will not be published.