ଜବତ ହେଲା ଚାରି କ୍ୱିଣ୍ଟାଲ ୮୦ କେଜି ଗଂଜେଇ

0 684

ସୁବର୍ଣ୍ଣପୁର,୧୩/୯ (ଏସ ଏସନିୟୁଜ)ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ଏକ ନୁଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ପାଖରେ ଖବର ପହଞ୍ଚିଥିଲା। ଖବର ଅନୁସାରେ ଏସଟିଏଫ  ପକ୍ଷରୁ ଚଢାଉ କରାଯାଇ ସଂପୃକ୍ତ ବ୍ୟବସାୟୀଙ୍କ ଘରୁ  ଗଞ୍ଜାଇ ସହ ଟାଟା ପିକଅପ ଓ ହୋଣ୍ଡା ସିଟି କାର ଗାଡିକୁ ଜବତ କରାଯାଇଛି  । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଜଣା ପଢ଼ିଛି । ଏହି ଘଟଣାରେ ୪ ଜଣକୁ ଗିରଫ କରିଛି ପୋଲିସ । ଏଥି ସହ   ୯ଲକ୍ଷ ୭୭ ହଜାର  ଟଙ୍କା ଭର୍ତ୍ତି ଥିବା ବ୍ୟାଗ କୁ ପୋଲିସ ଜବତ କରିଥିବାର ଜଣାପଡିଛି  ।

Leave A Reply

Your email address will not be published.