ପୁଣି ଆଜି ୩୯୧୩ ପଜିଟିଭ ଚିହ୍ନଟ ଓ ୧୦ ମୃତ

0 288

ଭୁବନେଶ୍ଵର,୧୩/୯(ଏସ ଏସ ନିୟୁଜ ) ପୁଣି ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ୩୯୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪୮ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୫୬ଜଣ । ଅନୁଗୁଳରୁ ୧୦୩, ବାଲେଶ୍ୱର ୧୩୪, ବରଗଡ଼ ୧୪୬, ଭଦ୍ରକ ୧୨୩, ବଲାଙ୍ଗୀର ୧୪୨, ବୌଦ୍ଧ ୬୧, କଟକ ୩୮୨, ଦେଓଗଡ଼ ୧୫, ଢେଙ୍କାନାଳ ୭୪, ଗଜପତି ୧୬, ଗଞ୍ଜାମ ୮୬,ଜଗତସିଂହପୁର ୧୦୮, ଯାଜପୁର ୧୨୮, ଝାରସୁଗୁଡ଼ା ୧୬୨, କଳାହାଣ୍ଡି ୬୦, କନ୍ଧମାଳ ୮୬, କେନ୍ଦ୍ରାପଡ଼ା ୧୫୬, କେନ୍ଦୁଝର ୭୬, କୋରାପୁଟ ୧୦୦, ମାଲକାନଗିରି ୬୮, ମୟୁରଭଞ୍ଜ ୧୪୭, ନବରଙ୍ଗପୁର ୧୧୨, ନୟାଗଡ଼ ୬୦, ନୂଆପଡ଼ା ୧୨୮, ପୁରୀ ୨୧୨, ରାୟଗଡ଼ା ୯୮, ସମ୍ବଲପୁର ୧୪୧, ସୋନପୁର ୯୧, ସୁନ୍ଦରଗଡ଼ ୩୫ଜଣ ଓ ଷ୍ଟେଟ ପୁଲରୁ ୧୦୭ଜଣ ଚିହ୍ନଟ ହୋଇଛନ୍ତି।ସେହିଭଳି ଭାବେ କରୋନାରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କଟକରୁ ୨, ଗଞ୍ଜାମ, ବାଲେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।ଯାହାଫଳରେ କରୋନା ମୃତ୍ୟୁ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.