ଜବତହେଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର

0 204

ପୁରୀ, ୧୩/୧୦(ଏସ ଏସ ନିୟୁଜ) ପୁରୀ ଏସଟିଏଫ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ।ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୨୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ୧୧ଟି ମୋବାଇଲ ଫୋନ, ୫,୦୦୦ଟଙ୍କା, ୨ଟି ଏଟିଏମ/ଡେବିଟ କାର୍ଡ, ଗୋଟେ ବାଇକ ଏବଂ ଗୋଟେ କାର୍ ଜବତ କରିଛି ପୁଲିସ।ଗିରଫ ଯୁବକମାନେ ହେଲେ ଧୀରେନ୍ଦ୍ର ସାହୁ ଓରଫ ଟୁଟୁ, ସୁବ୍ରତ ଖୁଣ୍ଟିଆ, ସୁରଜ ପରିଡ଼ା, ମାଧବ ମଣ୍ଡଳ ଓ ଆଦିତ୍ୟ ନାରାୟଣ ସ୍ବାଇଁ । ଗତକାଲି ବ୍ରାଉନସୁଗାର ବିକ୍ରି ନେଇ ଯୋଜନା ଚାଲିଥିବାର ସୂଚନା ପାଇ ଏସଟିଏଫ ବାଇ ପାସ ନିକଟରେ ଚଢ଼ାଉ କରି ଧରିଥିଲା ।

Leave A Reply

Your email address will not be published.