ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି

0 161

ଭୁବନେଶ୍ୱର,୬/୮(ଏସଏସନିଉଜ)ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ସେ ବିଜୟ ଲାଭ କରିଛନ୍ତି । ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ ତାଙ୍କ ବିପକ୍ଷରେ ୟୁପିଏ ପକ୍ଷରୁ ଛିଡ଼ା ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା । ଶନିବାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିବାବେଳେ ଜଗଦୀପ ଧନଖଡ଼ଙ୍କୁ ମିଳିଛି ୫୨୮ ଖଣ୍ଡ ଭୋଟ୍। ସେହିପରି ମାର୍ଗାରେଟ୍ ଆଲଭାଙ୍କୁ ମିଳିଛି ୧୮୨ ଖଣ୍ଡ ଭୋଟ୍। ୧୫ଟି ଭୋଟ୍ ନାକଚ ହୋଇଯାଇଥିବା ସୂଚନା ମିଳିଛି। ମୋଟ ୭୨୫ ଜଣ ସାଂସଦ ଭୋଟ୍ ଦେଇଥିଲେ।ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ଲୋକସଭା ମହାସଚିବ ଉତ୍ପଳ କୁମାର ସିଂ ନିର୍ବାଚନ ଫଳାଫଳ ଘୋଷଣା କରି ଧନଖଡ଼ଙ୍କୁ ବିଜୟୀ ଘୋଷଣା କରିଥିଲେ ।

Leave A Reply

Your email address will not be published.