ଡ୍ରେସ ଦୋକାନରୁ ମୋବାଇଲ ଚୋରି କରିଧରାପଡିଲେ

0 181

ବାରଙ୍ଗ,୬/୮(ଏସଏସନିଉଜ)ବାରଙ୍ଗ ଥାନା ଅନ୍ତର୍ଗତ ଦାଢ଼ାପାଟଣା ଗ୍ରାମର ମନୋଜ ବେହେରାଙ୍କ ଉକ୍ତ ଗ୍ରାମରେ ଥିବା ଡ୍ରେସ ଦୋକାନରୁ ଗତ ଶୁକ୍ରବାର ଦିନ ମୋବାଇଲ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଗିରଫ ଦୁଇ ଜଣ ହେଉଛନ୍ତି ନନ୍ଦନକାନନଥାନାଅଧିନସ୍ଥ ପଦାସାହି ଗ୍ରାମର ସୁରେଶ ନାୟକ(୨୩) ଏବଂ ସନ୍ତୋଷ ବେହେରା(୪୦)।ପୋଲିସ ସେମାନଙ୍କ ଠାରୁ ୬ଟି ଚୋରା ମୋବାଇଲ,ସିମକାର୍ଡ,ମେମୋରି କାର୍ଡ ଆଦି ଜବତ କରିଛି।ଏନେଇ ବାରଙ୍ଗ ଥାନାରେ କେସ ନଂ ୧୮୬/୨୨ ରେ ଆଇପିସିର ଧାରା ୩୭୯/୩୪ ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଆକାଶ ଚନ୍ଦ୍ର ରଣା ସୂଚନା ଦେଇଛନ୍ତି। (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.