ଅମିତସାହାଙ୍କ କଟକ ଗସ୍ତ ପାଇଁ ବାରଙ୍ଗ ବିଜେପିର ବୈଠକ

0 187

ବାରଙ୍ଗ,୬/୮(ଏସଏସନିଉଜ)ରାଷ୍ଟ୍ରୀୟ ଗୃହମନ୍ତ୍ରୀ ଅମିତ ସାହାଙ୍କ ଆସନ୍ତା ସୋମବାର ଦିନ କଟକ ଗସ୍ତକୁ ନେଇ ବାରଙ୍ଗ ବିଜେପି ପକ୍ଷରୁ ତ୍ରିଶୁଳିଆ ସ୍ଥିତ ବିସ୍ମୟ ମଣ୍ଡପ ଠାରେ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ଆହ୍ବାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବାରଙ୍ଗ ୩୨ ନଂ ଜୋନର ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ରାଷ୍ଟ୍ରୀୟ ଗୃହମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ କିପରି ବହୁ ସଂଖ୍ୟାରେ କାର‌୍ୟ୍ୟକର୍ତ୍ତା ଯୋଗଦେବେ,ତ୍ରିରଙ୍ଗା ପଦଯାତ୍ରାରେ କିପରି ସବୁ ବର୍ଗର ବ୍ୟକ୍ତି ସାମିଲ ହୋଇପାରିବେ ଏବଂ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବା ବ୍ୟବସ୍ଥା କିପରି ହୋଇପାଇପାରିବ ଏ ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ମଣ୍ଡଳ ସଭାପତି ପ୍ରଭାତ ମହାପାତ୍ର,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଭାସ ରାଉତ,ବୁଲୁ ସ୍ୱାଇଁଙ୍କ ସମେତ ସମସ୍ତ ପଞ୍ଚାୟତର ପ୍ରମୁଖ କାର‌୍ୟ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ। (ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.