ଆଜିର ରାଶିଫଳ

0 174

ଶ୍ରୀକ୍ଷେତ୍ରେ ଝୁଲଣ ଯାତ୍ରା ଆରମ୍.୨୦୨୨ ମସିହା ଅଗଷ୍ଟ ମାସ ୭ ତାରିଖ (ରବିବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଦଶମୀ ରାତ୍ରି ଘ୧୧/୪୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ,ସୂର୍ଯ୍ୟ ଦୟ ପ୍ରାତଃ ଘ୦୫/୨୭/୩୩ ,ସୂର୍ଯ୍ୟାସ୍ତ  -ସନ୍ଧ୍ୟା ଘ୦୬/୧୬/୫୪ ,ମେଷ ରାଶିର ଘାତବାର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।କଳମ ଶାଗ ଭକ୍ଷଣ ନିଷେଧ ।
ମେଷ-କର୍ମକ୍ଷେତ୍ର ଶାନ୍ତିମୟ ହେବ। ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ। କୃପଣ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି। କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ।
ବୃଷ-ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ। କାର୍ଯ୍ୟ  କରିବାରେ ଉତ୍ସାହ ବୃଦ୍ଧି ପାଇବ। ସନ୍‌ମାର୍ଗୀ ହେବେ। ଦୟାର ଅବତାର ହୋଇପାରନ୍ତି। ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ମିଳିବ। ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ।
ମିଥୁନ-ଆଶା ଫଳବତୀ ହେବ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ  ରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଯେତେ ବଳବାନ୍ ହେଉ ନା କାହିଁକି ତାକୁ ଦମନ କରିବେ।
କର୍କଟ-ପିଲାମାନଙ୍କ କାର୍ଯ୍ୟ  କଳାପରେ ସନ୍ତୁଷ୍ଟ ହେବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ପ୍ରୀତି ଲାଭ କରିପାରନ୍ତି। ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବହୁ ମିତ୍ରଙ୍କ ଆଗମନୀ ହୋଇପାରେ।
ସିଂହ-କଷ୍ଟ ସ୍ବୀକାର କଲେ ବି ଲାଭବାନ୍ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯାତ୍ରା ଶୁଭଦାୟକ ହେବ। ବ୍ୟବସାୟରେ ଲାଭଜନକ ହେବ। ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ।
କନ୍ୟା- ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ। କାର୍ଯ୍ୟ  ରେ ସଫଳତା ଲାଭ କରିବେ। ମାନ୍ୟତା ପ୍ରାପ୍ତ ହେବେ। ସୌନ୍ଦର୍ଯ୍ୟ  ଉପଭୋଗ କରିପାରନ୍ତି। ଶୁଭକାର୍ଯ୍ୟ  ପାଇଁ ବାତାବରଣ ଅନୁକୂଳ ରହିଛି। ସର୍ବଦା ଚପଳମତି ଭାବେ କାର୍ଯ୍ୟ  କରିବେ।
ତୁଳା-ନୂଆବନ୍ଧୁତା ସ୍ଥାପନ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ବିଳାସ-ବ୍ୟସନରୁ ବଞ୍ଚିତ ହେବେ। ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ।
ବିଛା- କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭକାର୍ଯ୍ୟ  ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଚିନ୍ତାଧାରା ଉନ୍ନତମାର ହୋଇପାରେ। ଦାମ୍ପତ୍ୟ ସୁଖ ମିଳିବ। ନୂଆବନ୍ଧୁ ଜୁଟିବେ।
ଧନୁ-ଆୟ ହେବ; ମାତ୍ର ବିଶେଷ ଲାଭ ମିଳିବା କଷ୍ଟକର ହେବ। କାର୍ଯ୍ୟ   ରେ ବାଧା ଉପୁଜି ପାରେ। କର୍ମତତ୍ପରତା ପ୍ରକାଶ ପାଇବ। ସୁସମ୍ବାଦ ପାଇ ଖୁସି ହେବେ। ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି। ଅଧିକ ଖର୍ଚ୍ଚାନ୍ତ ହେଲେ ବି ସର୍ବ ସୁଖ ମିଳିପାରେ।
ମକର-ମନ ଚଞ୍ଚଳ ରହିବ। ଆୟ ପରିମାଣ ବୃଦ୍ଧି ପାଇବ। ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ପଥରେ ଆଗେଇ ଚାଲିବେ। ସରକାରଙ୍କ କୃପା ଦୃଷ୍ଟି ରହିଛି। ଜନାଦୃତ ଲାଭ କରିବେ।
କୁମ୍ଭ- କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଘାତଚନ୍ଦ୍ର ଭୋଗ ହେତୁ, ଦେହ ଓ ମାନସିକ ସ୍ତରରେ ପୀଡ଼ିତ ହୋଇପାରନ୍ତି। ଦ୍ବିଜମାନଙ୍କ ହିତସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି। ପୁଣ୍ୟବାନ୍ ହେବେ। ଦୃଢ଼ଜ୍ଞ ହେବେ। ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ।
ମୀନ-ଭ୍ରମଣ ଯୋଗ ଅଛି। ଶୟନ-ସୁଖ ମିଳିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଉତ୍ତମ ବନ୍ଧୁଙ୍କ ସହଚର‌୍ୟ୍ୟ ଲାଭ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ସତ୍ୟର ପୂଜାରୀ ହେବେ। ପ୍ରଭୂତ ମିତ୍ର ଅର୍ଜନ କରିବେ।
ନିତୀବାଣୀ- ବେଳେ ବେଳେ କିଛି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କିଛି କଥାକୁ ଅଣଦେଖା କରିବାକୁ ପଡିଥାଏ କେବେ ମୁକ ହୋଇ ତ ଆଉ କେବେ ଅନ୍ଧ ହୋଇ !!
ବାସ୍ତୁଟିପ୍ପଣୀ- ଅନ୍ୟର ଏହି ଜିନିଷ ବ୍ୟବହାର କରିବା ସମୟରେ ରୁହନ୍ତୁ ସାବଧାନ, ନଚେତ ହୋଇପାରେ ବଡ ଅସୁବିଧା…କୁହାଯାଏ ଅନ୍ୟର ଏହି ଜିନିଷ ବ୍ୟବହାର କରିବା ଦ୍ୱାରା ଉକ୍ତ ବ୍ୟକ୍ତିର ନକରାତ୍ମକ ଶକ୍ତି ସେହି ଜିନିଷ ସହ ଆମ ପାଖକୁ ଆସିଥାଏ । ଆସନ୍ତୁ ଜାଣିବା ଅନ୍ୟର କେଉଁ ଜିନିଷ ଆଣିବା କିମ୍ବା ବ୍ୟବହାର କରିବା କଥା ନୁହେଁ
ପୋଷାକ:- ବାସ୍ତୁ ଶାସ୍ତ୍ର ଅନୁଯାଇ ଅନ୍ୟର କପଡା ମାଗି କରି ପିନ୍ଧିବା କଥା ନୁହେଁ । ଏହାଦ୍ୱାରା ଉକ୍ତ ବ୍ୟକ୍ତିର ନକରାତ୍ମକ ଶକ୍ତି ସେହି ଜିନିଷ ସହ ଆମ ପାଖକୁ ଆସିଥାଏ ଓ ଆମର କ୍ଷତି କରିଥାଏ । ସ୍ୱାସ୍ଥ୍ୟ ବିଜ୍ଞାନ ଅନୁଯାଇ ମଧ୍ୟ ଅନ୍ୟର ପୋଷାକ ଦ୍ୱାରା ରୋଗ ଆମ ଦେହକୁ ଆସିପାରେ ।
ଗହଣା:- ବାସ୍ତୁ ଶାସ୍ତ୍ର ଅନୁଯାଇ ନିଜର ଗହଣା ଅନ୍ୟକୁ ପିନ୍ଧିବା ପାଇଁ ଦେବା କଥା ନୁହେଁ କିମ୍ବା ନିଜେ ଅନ୍ୟର ଗହଣା ପିନ୍ଧିବା କଥା ନୁହେଁ । କାରଣ ଗହଣା ସୌଭାଗ୍ୟର ସଂକେତ ହୋଇଥାଏ ।
ଜୋତା:-ଚପଲ : ଜୋତା-ଚପଲର ସମ୍ବନ୍ଧ ଶନି ଗ୍ରହ ସହ ହୋଇଥାଏ । ଯଦି ଆପଣ ଅନ୍ୟର ଜୋତା-ଚପଲ ପିନ୍ଧନ୍ତି ତେବେ ଶନି ଦୋଷର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ତେଣୁ ଭୁଲରେ ବି ଅନ୍ୟର ଜୋତା ଚପଲ ପିନ୍ଧନ୍ତୁ ନାହିଁ ।
ଘଣ୍ଟା:- ଘଣ୍ଟାର ସମ୍ପର୍କ କେବଳ ସମୟ ସହ ଜଡିତ ନୁହେଁ, ଏହା ଭଲ ଓ ଖରାପ ସମୟ ସହ ମଧ୍ୟ ଜଡିତ । ଅନ୍ୟର ଘଣ୍ଟା ପିନ୍ଧିବା ଦ୍ୱାରା ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇ ଯାଇଥାଏ ।
କଲମ:- ବାସ୍ତୁ ନିୟମ ଅନୁଯାଇ ଅନ୍ୟର କଲମ ବା ପେନ ବ୍ୟବହାର କରିବା କଥା ନୁହେଁ । ଯଦି କେହି ଏପରି କରେ ତେବେ ତା’ର କ୍ୟାରିଅର,ବ୍ୟବସାୟ ଓ ଆର୍ଥିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ!!ଜୟ ପ୍ରଭୁ ଜଗତନାଥ,ଜୟପ୍ରଭୁ ସମସ୍ତଙ୍କନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.