ଜଳେଶ୍ଵରରେ ଚାଞ୍ଚଲ୍ୟ

0 67

ବାଲେଶ୍ବର ,୨୪ା୯(ଏସଏସନିଉଜ) ଗତରାତିରେ ଜଳେଶ୍ଵରଥାନା ଅଧୀନସ୍ଥ ଗୋପିମୋହନପୁର ପଞ୍ଚାୟତର ସରସିଦା ଗାଁରେ ହରପ୍ରିୟାଦାସ ନାମକ ମହିଳାଙ୍କୁ ହତ୍ୟା କରି ତାଙ୍କ ଘରୁ ଲୁଟ କରାଯାଇଥିବାର ଅଭିଯୋଗ ହୋଇଛି ।ହରପ୍ରିୟାଙ୍କ ସ୍ୱାମୀ ଅଦ୍ଵୈତଙ୍କର ସରସିଦାଛକରେ ଏକ ଦୋକାନ ରହିଛି। ଅଦ୍ଵୈତ ଦୋକାନକୁ ଯିବା ପରେ ତାଙ୍କ ପତ୍ନୀ ଘରେ ଏକାକୀ ରହିଥିଲେ । ରାତିରେ ଅଦ୍ଵୈତ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେଥିବାର ଦେଖିବାକୁ ପାଇଥିଲେ। ସେ କ୍ଷତାକ୍ତ ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ପରିବାର ଲୋକେ ଘରକୁ ଫେରିବା ପରେ ଘର ଭିତରେ ଥିବା ଆଲମାରୀ ଓ ବାକ୍ସ ଇତ୍ୟାଦିକୁ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ଇତ୍ୟାଦି ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଜଳେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.