ଜଳିଲା କେବୁଲ

0 297

ବାରଙ୍ଗ,୧୮/୧ (ଏସ୍‌ଏସ୍‌ନିୟୁଜ)ଭୁବନେଶ୍ୱର ନୁଆରେଳ ଷ୍ଟେସନ ରାସ୍ତା କଡରେ ଥିବା ଖରି ବୁଦାରେ ଶନିବାରଦିନ ନିଆଁଲାଗିଥିଲା ।ଏହି ଖରିବୁଦା ଭିତରେ ଥିବା କେବୁଲଗୁଡିକ ପୋଡି ନଷ୍ଟ ହୋଇଯାଇଛି ।ରେଳ ଷ୍ଟେସନ ରାସ୍ତା ପାଶ୍ୱର୍ରେ ଥିବା ଖରିବୁଦାଗୁଡିକ ଶୁଖି ରହିଛି ।କୈାଣସି ପଥଚାରୀ ଶନିବାର ଦିହିପହରରେ ଯାଉଥବାବେଳେ ବିଡି କିମ୍ବା ସିଗାରେଟ ନିଆଁ ପକାଇଦେଇଥିବାରୁ ଖରିବୁ୍‌ଦାରେ ନିଆଁ ଲାଗିଥିବାର ଗ୍ରାମବାସୀମାନେ ଅନୁମାନ କରୁଛନ୍ତି ।ଯାହାଫଳରେ ଏହି ନିଆଁ ର ପରିମାଣ ବୃଦ୍ଧିପାଇବାରେ ଲାଗିଥିଲା ।ଖରିବୁଦା ଭିତରେ ବହୁତ ଦିନରୁ ପଡିରହିଥିବା କେବୁଲରେ ନିଆଁ ଲାଗିଥିଲା ।ଫଳରେ ଧୁଆଁର ପରିମାଣ ବୃଦ୍ଧି ପାଇବାରୁ ପଦାସାହି ଗ୍ରାମର କିଛି ଯୁବକ ଦେତ୍କବାପାଇଁ ଯାଇଥିବାବେଳେ ନିଆଁ ଲାଗିଥିବାର ଜାଣିବାକୁ ପାଇ ବାରଙ୍ଗ ଦମକଳକୁ ଫୋନ କରିଥିଲେ ।ବାରଙ୍ଗରୁ ଦୁଇଟି ଦମକଳ ଆସି ନିଆଁକୁ ଆୟତ କରିଥିଲା ।ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କେବୁଲ ପୋଡିଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.