ପୁଣି ଲାଗିଲା ଖାକିରେ କଳଙ୍କ, ଚକଲେଟ୍ ଲୋଭ ଦେଖାଇ ସାଢେ୪ ବର୍ଷ ଝୀଅକୁ ଦୁଷ୍କର୍ମ ଅଭିଯୋଗ

0 256

ପାରାଦୀପ:୧୮/୧(ଏସଏସଏନ) ପୁଣି ଖାକି ପୋଷାକରେ ଲାଗିଛି କଳଙ୍କ। ଚକୋଲେଟ୍ ଲୋଭ ଦେଖାଇ ଜଣେ ସିଆଇଏସଏଫ୍ ର କନେଷ୍ଟବଳ ତାଙ୍କ ପଡୋଶୀ ଘରର ଝୀଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେଇଛି । ଏହି ଅଭିଯୋଗରେ କନେଷ୍ଟବଳ ଗିରଫ ହୋଇଥିବା ଜଣାପଡିଛି ।  ଏହି ଘଟଣା  ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଘଟିଛି । ପ୍ରକାଶ ଯେ ,ସିଆଇଏସଏଫ୍‌ର ମୁଖ୍ୟ କନେଷ୍ଟବଲ ଏମ୍.କାଣ୍ଡାସ୍ବାମୀ । ଘର ତାମିଲନାଡୁରେ କିନ୍ତୁ ସେ ସିଆଇଏସଏଫ୍ ବାରାକ୍‌ରେ ରହୁଥିଲେ। ପଡୋଶୀ ଘରର ଝିଅକୁ ଚକୋଲେଟ୍ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଝୀଅର ପରିବାର ଲୋକ ଅଭୟଚାନନ୍ଦପୁର ଥାନାରେ  ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଏମ୍.କାଣ୍ଡାସ୍ବାମୀଙ୍କୁ   ଗିରଫ କରିଛି।

Leave A Reply

Your email address will not be published.