ସୁରକ୍ଷାର ବାର୍ତା ଦେଲେ ପୋଲିସ ଓ ଡାକ୍ତର

0 285

ମେଣ୍ଢାଶାଳ,୧୭/୧(ଏସ୍‌ଏସ୍‌ନିୟୁଜ)ସଡକସୁରକ୍ଷା ସପ୍ତାହ ଉପଲକ୍ଷେ ଚନ୍ଦକାପିତାପଲ୍ଲୀ ରାସ୍ତାର ମେଣ୍ଢାଶାଳ ସରକାରୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଶୁକ୍ରବାରଦିନ ଏକାଠି ହୋଇଥିଲେ ଡାକ୍ତର ଓ ପୋଲିସ । ମୁଖ୍ୟ ରାସ୍ତାରେ ଯାଉଥିବା ବାଇକ ଚାଳକଙ୍କୁ ରୋକିବା ସହ ହେଲମେଂଟ ପିନ୍ଧିଥିବା ଚାଳକଙ୍କୁ ଉପହାର ଦେଲେ ଗୋଲାପଫୁଲ । ଯେଉଁମାନେ ହେଲମେଂଟ ପିନ୍ଧିନଥିଲେ ସେମାନଙ୍କୁ ଦେଲେ ଚକଲେଟ ଓ ଟ୍ରାଫିକ ନୀୟମକୁ ମାନି ଗାଡି ଚଳାଇବା ସହ ହେଲମେଂଟ ପିନ୍ଧିବାର ଉପକାରିତା ଉପରେ କରିଥିଲେ ସଚେତନ ।

ଏହି ସଚେତନତା କାର୍ଯ୍ୟକ୍ରମରେ ଚନ୍ଦକାଥାନା ଅଧିକାରୀ ଦେବେନ୍ଦ୍ରକୁମାର ବିଶ୍ୱାଳ ,ଏମ୍‌ସ୍ ଡାକ୍ତର ବିନୋଦପାତ୍ର,ଡ.ମନିଶ ଓ ଡ.ରୁଦ୍ରେଶ ପ୍ରମୁଖ ଏହାର ଦାୟିତ୍ୱ ନେଇଥିଲେ ।ପ୍ରଭାତବେହେରା,ସେଖ୍ ଆସିକ,ରାଜେଶମଣ୍ଡଳ ଙ୍କ ସମେତ ଏମ୍ସର ଡାକ୍ତର , ନର୍ସିଂ ପିଲାମାନେ ଓ ମେଣ୍ଢାଶାଳଫାଣ୍ଡିର ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।ମେଣ୍ଢାଶାଳ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭ୍ରାଂନ୍ସୁ ପ୍ରଧାନ ଓ ମୋହନ ହେମ୍ରମ ମଧ୍ୟ ଏହି ସଚେତନତାରେ ପ୍ରମୁଖ ଭୁମିକା ନିର୍ବାହ କରିଥିଲେ ।ନର୍ସିଂପିଲାମାନେ ଏହି ଅବସରରେ ଚକଲେଟ ବଂଟନ କରିଥିଲେ ।

Leave A Reply

Your email address will not be published.