ଚନ୍ଦ୍ରଶେଖରପୁର,୨୧/୯(ଏସଏସନିୟୁଜ)ଟାଙ୍ଗିବନ୍ତ ଗ୍ରାମର କିଛି ଯୁବକ ମଙ୍ଗଳବାରସକାଳେ ମାଛମାରିବାକୁ ବୁଡୁନଇ କୁ ଯାଇଥିଲେ । ଜାଲ ଟାଣିବାବେଳେ ଭାରୀ ଲାଗିବା ସହ ଅଧିକ ପରିମାଣର ମାଛ ଲାଗିଥିବାର ଆଶା ରଖି ଖୁସିରେ ଜାଲକୁ ଟାଣିଥିଲେ ।କିନ୍ତୁ ଜାଲଟି ଉପରକୁ ଆସିବାବେଳକୁ ତା ମଧ୍ୟରେ ଏକ ଅଜଗରସାପଟି ପଡିଥିବାର ଦେଖିବାକୁ ପାଇଥିଲେ ।ସାପଟିକୁ ଗାଁ ମଧ୍ୟକୁ ଆଣିବାପରେ ସାପକୁ ଦେଖିବାପାଇଁ ଗ୍ରାମବାସୀଙ୍କ ଭୀଡ ଲାଗିରହିଥିଲା ।ଖବର ପାଇ ବନବିଭାଗ ଆସି ସାପଟିକୁ ଉଦ୍ଧାର କରି ନେଇଛି ।