ଜାରି ହେଲା ଅନଲକ୍ ୬.୦ : ନଭେମ୍ବର ୧୬ରୁ ଖୋଲିବ ସ୍କୁଲ

0 332

ଭୁବନେଶ୍ଵର :୩୧/୧୦(ଏସଏସଏନ୍)  ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬.୦ ର  ଗାଇଡ୍ ଲାଇନ୍ ଜାରି କରାଯାଇଛି।ନଭେମ୍ବର ମାସରେ ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ବଳବତ୍ତର ରହିବ।ଅନ୍ୟପକ୍ଷରେ ସିନେମା ହଲ୍, ଥିଏଟର, ଅଡିଟୋରିୟମ ଓ ସୁଇମିଂ ପୁଲ୍ ମଧ୍ୟ ନଭେମ୍ବର ୧୫ଯାଏଁ ବନ୍ଦ ରହିବ। କେବଳ କ୍ରୀଡାବୀତ ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ। ବିବାହ କାର୍ଯ୍ୟରେ ସାମିଲ ହେବା ପାଇଁ ସର୍ବାଧିକ ୨୦୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଅନ୍ତିମ ସଂସ୍କାରରେ ୫୦ ଜଣ ସାମିଲ ହୋଇ ପାରିବେ। ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ସେପଟେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବା ସହିତ ଅତ୍ୟାବଶ୍ୟକ ସେବାକୁ ବାଦଦେଇ ଅନ୍ୟସବୁ ସେବାକୁ ମନା । ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଞ୍ଚଳ। ସ୍ଥାନୀୟ ପ୍ରଶାସନିକ ଅନୁମତିରେ ମନ୍ଦିର ଖୋଲିପାରିବ । ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା ସମାବେଶ ଉପରେ କଟକଣା ଲାଗାଯାଇଛି ।

Leave A Reply

Your email address will not be published.