ଲୌହମାନବଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ

0 682

ଖବର ଆଜିର,ତାରିଖ ୩୧/୧୦/୨୦ ଶନିବାର
୧-ପଞ୍ଜାବର ବିଜୟଧାରାରେ ଲାଗିଲା ବ୍ରେକ୍, ୭ ଓ୍ୱିକେଟରେ ଜିତିଲା ରାଜସ୍ଥାନ ।
୨-ସମୟସୀମା ସରିଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍ ହେଉଛି। କିନ୍ତୁ ଏହା ଭିତରେ ସାମାଜିକ ଦୂରତ୍ୱ ମାନୁଛନ୍ତି କି ସବୁ ଦଳ, ସେମାନଙ୍କର ନେତା, କର୍ମୀ ?
୩-ଭାରତରେ ସଂପୂର୍ଣ୍ଣ ଋପେ ବନ୍ଦ ହେଲା ‘ପବଜି’, କମ୍ପାନୀ ପକ୍ଷରୁ ଦିଆଗଲା ସୂଚନା ।
୪-ଆମେରିକା ନିର୍ବାଚନ ଦେଶରେ ନାଗରିକ ଅଶାନ୍ତି ଆଣିବ: ଜୁକେରବର୍ଗ ।
୫-କଟକର ଐତିହାସିକ ବାଲିଯାତ୍ରା ବନ୍ଦ, ବିନା ଭକ୍ତରେ ଧବଳେଶ୍ୱରଙ୍କ ବଡ଼ଓଷା ନୀତି ।
୬-ଖସିବ ଆଳୁ ଦର ! କେନ୍ଦ୍ର ଖାଉଟୀ କଲ୍ୟାଣ ମନ୍ତ୍ରୀଙ୍କ ସୂଚନା, ଭୁଟ୍ଟାନରୁ ଆସୁଛି ବୋଝେଇ ।
୭-କରୋନା କାଳରେ କେମିତି ଚାଲିଛି ପାଠପଢା, ଆସିଲା ଅସର ୨୦୨୦ ରିପୋର୍ଟ । ଓଡ଼ିଶାରେ ୫୦ ପ୍ରତିଶତ ପିଲାଙ୍କ ପରିବାର ପାଖରେ ନାହିଁ ସ୍ମାର୍ଟ ଫୋନ୍, ମୋବାଇଲ ବ୍ୟବହାରରେ ବି ପଛରେ ପଡିଛି ରାଜ୍ୟ ।
୮-ଆଜିଠୁ ଆରମ୍ଭ ହେବ ଭାରତର ପ୍ରଥମ ସି-ପ୍ଲେନ ସେବା । ପାଣିରେ ଲ୍ୟାଣ୍ଡ କରିବ, ପାଣିରେ ଉଡାଣ ଭରିବ । ୫ ଘଣ୍ଟାର ରାସ୍ତାକୁ ୪୫ ମିନିଟରେ ପହଞ୍ଚାଇବ, ଆକାଶମାର୍ଗରୁ ଲୌହମାନବଙ୍କୁ ଅତି ପାଖରୁ ଦେଖିପାରିବେ ପର୍ଯ୍ୟଟକ ।
୯–୧୦ ଲକ୍ଷ ଟୀକା ପାଇଁ ଆଗୁଆ ବରାଦ ମିଳିଥିବା ନେଇ ସୂଚନା ଦେଲା ଆମେରିକୀୟ କମ୍ପାନୀ । ଆଗାମୀ ସପ୍ତାହରେ ଆସିବ ପରୀକ୍ଷଣର ଚୁଡ଼ାନ୍ତ ଫଳାଫଳ, ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ହୋଇଛି ପରୀକ୍ଷଣ ।
୧୦-ବଙ୍ଗୋପସାଗରରେ ଆଜି ଠାରୁ ଲଘୁଚାପ, ଓଡ଼ିଶା ଉପରେ ବିଶେଷ ପ୍ରଭାବ ନାହିଁ : ଆଇଏମଡି
୧୧-ମହିଳା ରେଳଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସୁରକ୍ଷା ଯୋଜନା । ‘ମେରି ସହେଲି’ ବୁଝିବ ମହିଳା ଯାତ୍ରୀଙ୍କ ସମସ୍ତ ସମସ୍ୟା
୧୨-ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ ।
୧୩-ବ୍ରହ୍ମପୁର ପୋଲିସ୍ ପଞ୍ଝାରେ ଆଇପିଏଲ୍ ବେଟିଂର ବଡ଼ମାଛ: କିଙ୍ଗପିନ୍ ସହ ୨ ଗିରଫ: ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ
୧୪-ଓଡ଼ିଶାରେ ‘ରି-ଇନ୍‌ଫେକ୍‌ସନ୍‌’ ହେଉଛି କରୋନା, ଶୀତରେ ସଂକ୍ରମଣ ବଢ଼ିବା ସମ୍ଭାବନା ।
୧୫-ଭୁବନେଶ୍ୱର ପାଇଁ ଭଲ ଖବର । ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇସାରିଛି ରୋଗ ପ୍ରତିରୋଧକ ଶକ୍ତି । ସର୍ଭେ ରିପୋର୍ଟ ସମ୍ପର୍କରେ ସୂଚନା ଦେଲେ ଆରଏମଆରସି ନିର୍ଦେଶିକା ।
୧୬-ଭୂମଧ୍ୟସାଗର ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପ ;ତୁର୍କୀରେ ଭୟଙ୍କର ଭୂମିକମ୍ପ, ସୁନାମି ପରି ଅବସ୍ଥା, ଘର ଭିତରେ ପାଣି, ପାଣିରେ ଭାସୁଛି ଆସବାବ ପତ୍ର, ଅନେକ କୋଠା ଭୁଷୁଡ଼ିଛି
୧୭-କମଲନାଥଙ୍କୁ ମହଙ୍ଗା ପଡିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ, କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଲେ ନିର୍ବାଚନ ଆୟୋଗ ।
୧୮-ରାଜସ୍ଥାନରେ ୪୦% ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼; ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ .୧୯-ନଭେମ୍ବର ୧ରୁ “ମୋ ଧାମ ମୋ ଗର୍ବ” ଅଭିଯାନ ଆରମ୍ଭ।
୨୦-ବିହାର ନିର୍ବାଚନ ପରେ ବଦଳିଯିବ କର୍ଣ୍ଣାଟକ ଗଣିତ: ୟେଦୁରପ୍ପାଙ୍କୁ ଚ୍ୟାଲେଞ୍ଜ ଦେଲେ ସିଦ୍ଧରମୈୟା ।
୨୧-ପାକିସ୍ତାନର ସ୍ୱୀକାରୋକ୍ତି ପରେ କଂଗ୍ରେସକୁ କ୍ଷମା ମାଗିବାକୁ କହିଲେ କେନ୍ଦ୍ରମନ୍ତ୍ରୀ
୨୨-ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୨୦ ଟାଇଟଲ୍ ଜିଣିଲେ ବୈଷ୍ଣବୀ ସିଂହ, ଛୁଟୁଛି ଅଭିନନ୍ଦନର ସୁଅ ।
୨୩-ସୁଦୃଢ ହେବ ସୀମା: ଚୀନ-ବାଂଲାଦେଶ ବର୍ଡର ପର୍ଯ୍ୟନ୍ତ ରୋଡ୍ ନେଟ୍ଓ୍ଵର୍କର ଜାଲ ବିଛାଇବାକୁ କେନ୍ଦ୍ରର ନିଷ୍ପତ୍ତି, ଡ୍ରୋନରେ ହେବ ସର୍ବେକ୍ଷେଣ ।
୨୪-ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନୀ ଖେଳାଳିଙ୍କ ବୋକାମୀ: ଗୋଟିଏ ପାର୍ଶ୍ବକୁ ଦୌଡ଼ିଲେ ଦୁଇ ବ୍ୟାଟ୍ସମ୍ୟାନ୍‌, ଭିଡିଓ ଭାଇରାଲ୍ ।

 

Leave A Reply

Your email address will not be published.