ଜଟଣୀପୋଲିସ ହାତରେ ସଶସ୍ତ୍ରଡକାୟତ ଗ୍ୟାଙ୍ଗ

0 141

ଜଟଣୀ,୩ା୬(ଏସଏସନିଉଜ) ବଡଧରଣର ସଶସ୍ତ୍ର ଡକାୟତି କରିବା ନିମନ୍ତେ ପ୍ରାକପ୍ରସ୍ତୁତି ଚଳାଇଥିବା ବେଳେ ଜଟଣୀଥାନା ପୋଲିସ ହାତରେ ଶୁକ୍ରବାରରାତିରେ ଧରାପଡିଛନ୍ତି ୫ଯୁବକ ।ସେମାନେ ହେଲେ ଅଭିଯୁକ୍ତ ଏସ କେ ରାମଜାନ,ଏସ କେ ବସିରୁଧିନ ଓରଫ ବସା,ଏସ କେ ଫରିଉଦିନ ଇରଫ ଫରିଦ୍,ଏମ ଡି ଅକତାର ଓରଫଆକା,କାଳୁ ଓରଫ ଆନନ୍ଦ ନାୟକ ।ସେମାନଙ୍କଠାରୁ ପୋଲିସ ୫ଗୋଟି ଛୁରୀ, ୩ଟି ମୋବାଇଲ ଫୋନ, ୧୦,୫୦୦ଟଙ୍କା ଏବଂ ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ ସହିତ ଦୁଇଟି ମୋଟର ସାଇକେଲ ଜବତ କରି ଶନିବାରଦିନ କେଶ ନମ୍ବର ୨୧୭/୨୩ରେ ଏକ ମକଦ୍ଦମା ରୁଜୁକରି କୋର୍ଟଚାଳଣ କରିଛି ।
ଗତକାଲି ବିଳମ୍ବିତ ରାତିରେ ଜଟଣୀଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଫାୟାର ଷ୍ଟେସନ୍ ଛକରୁ ଗ୍ୟାସ ଫ୍ୟାକ୍ଟ୍ରିକୁ ଯାଇଥିବା ରାସ୍ତାର ଖଣ୍ଡୁଆଳ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ଏକଜୁଟ ହୋଇ ଏକ ବଡଧରଣର ସଶସ୍ତ୍ରଡକାୟତି କରିବାନିମନ୍ତେ ପ୍ରାକପ୍ରସ୍ତୁତି ଚଳାଇଥିବା ନେଇ ବିଶ୍ଵସ୍ତସୂତ୍ରରୁ ସୂଚନାପାଇଥିଲେ । ମିଳିଥିବା ସୂଚନାକୁ ଆଧାର କରି ପେଟ୍ରୋଲିଙ୍ଗ ଟିମ ସଦଳବଳେ ଘଟଣା ସ୍ଥଳରେ ଚଢଉ କରିବା ସହିତ ନିମ୍ନୋକ୍ତ ୫ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଉକ୍ତ ପରିତ୍ୟକ୍ତଘର ମଧ୍ୟରେ ଏକତ୍ରହୋଇ ରାସ୍ତାରେ ଯାଉଥିବା ଯାତ୍ରୀଙ୍କଠାରୁ ଆରମ୍ଭକରି ବଡବଡ ମାଲବାହୀଗାଡିଗୁଡିକରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ସେଠାରେ ଯୋଜନା ପ୍ରସ୍ତୁତ କରୁଥିବା କଥା ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧୀ ଥିବା ତଦନ୍ତ ବେଳେ ଜଣା ପଡିଛି । ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଭିଯୁକ୍ତ ଏସକେ ରମଜାନ ଓରଫ ରମଜାନିଙ୍କ ନାମରେ ଜଟଣୀ ଥାନାରେ ୨ଟି ମାମଲା ରହିଥିବା ବେଳେ ଲକ୍ଷ୍ମୀସାଗର ଥାନାରେ ୪ଟି ମାମଲା ରହିଛି । ସେହିପରି ଅଭିଯୁକ୍ତ ବାସା ଓରଫ ଏସକେ ବସିରୁଦ୍ଦିନଙ୍କ ନାମରେ ଜଟଣୀ ଥାନାରେ ୭ଗୋଟି ଅପରାଧିକ ମାମଲା ରହିଥିବା ବେଳେ ଅଭିଯୁକ୍ତ ଫରିଦ ଓରଫ ଏସକେ ଫକୀରୁଦ୍ଦିନଙ୍କ ନାମରେ ଜଟଣୀ ଥାନାରେ ୯ଗୋଟି ମାମଲା ରହିଛି । ଅଭିଯୁକ୍ତ ଆକା ଓରଫ ଏମଡି ଅକ୍ତରଙ୍କ ନାମରେ ନିରାକାରପୁର ଥାନାରେ ଗୋଟିଏ ଏବଂ ଜଟଣୀ ଥାନାରେ ୮ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ କାଳୁ ଓରଫ ଆନନ୍ଦ ନାୟକଙ୍କ ନାମରେ ମହିଳା ଥାନାରେ ଗୋଟିଏ ଏବଂ ଜଟଣୀ ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି । ଅଭିଯୁକ୍ତ ମାନେ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବାରୁ ସେମାନଙ୍କ ବିରୋଧରେ ସିଆରପିସି-୧୧୦ ଧାରା ଅନୁଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁଯାଉଛି ।

Leave A Reply

Your email address will not be published.