ଜଟଣୀ ବିଧାୟକଙ୍କ ପାଖରେ ଦାବି କଲେ ଭାଗବତି ପୁର କଣ୍ଟାବାଡ ଆଦିବାସୀ ସାହି

0 199

ମେଣ୍ଢାଶାଲ,୧୭/୧୦(ଏସ ଏସ ନିୟୁଜ)ସଅର ଜାତିକୁ ଆଦିବାସୀ ଜାତିର ମାନ୍ୟତା ଦିଆଯାଉ ।ଭଗବତିପୁର କଣ୍ଟାବାଡ ଆଦିବାସୀ ସାହି ଗ୍ରାମ ତରଫରୁ ଜଟଣୀ ବିଧାୟକ ପାଖରେ ଦାବି ଉପସ୍ଥାପିତ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ପଞ୍ଚାୟତ ଭଗବତୀପୁର ଗ୍ରାମର ଆଦିବାସୀ ଗାଁରେ ପାଖାପାଖି ୧୫୦୦ ଲୋକେ ବସବାସ କରନ୍ତି।ହେଲେ ଏମାନଙ୍କ ଜାତିଗତ ସମସ୍ୟାରେ ବିଭିର୍ଣ ଅସୁବିଧାର ସଂମୁଖୀନ ହେବାକୁ ପଡୁଛି।୧୯୬୨ମସିହା ଆମିଟମେଣ୍ଟରେ ଜାତିଗତ ପ୍ରମାଣପତ୍ର କୁନେଇ ସମସ୍ୟା ଦେଖାଦେଉଥିବାରୁ ଶିକ୍ଷା, ଚାକିରୀରେ ପରସେଣ୍ଟେଜ କୋଟାରେ ସମସ୍ୟା ଉପୁଜୁଛି।ଜାତିଗତର ମୁଖ୍ୟ ଜାତି’ ଶବର ‘
ବଦଳରେ ହୋଇଛି ସଅର ଓ ସହର. ଯାହା ଆଦିବାସୀ କୋଟା ରେ ବିଭିର୍ନ ସମସ୍ୟା ହୋଇଆସୁଛି।୬୨ପ୍ରକାର ଆଦିବାସୀ ଜାତି ମଧ୍ୟରେ ସିରିଏଲ ନମ୍ବର ୫୯ ଲିଷ୍ଟରେ ଏ ଜାତି ‘ସଅର’ ନାହିଁ। ଏ ସମସ୍ୟା ସଂଶୋଧନ ପ୍ରକ୍ରିୟା ରେ ଯଦି ସମାଧାନ କରାଯାଇ ପାରନ୍ତା ତେବେ ଏ ଅଦବାସୀ ସାହି ଲୋକେ ବିଭିର୍ନ ସରକାରୀ ସୁବିଧା,ଆଦିବାସୀ କୋଟା ଆଦି ରେ ସାମିଲ ହୋଇପାରନ୍ତେ।ଏହି ଜାତିଗତ ସମସ୍ୟା ସମାଧାନ ଦିଗରେ ଏକ ସଭା ଆୟୋଜନ ରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପାଖ ରେ ଦାବୀ ରଖିଛନ୍ତି ଆଦିବାସୀ ଗ୍ରାମବାସୀ। ଏ ଜାତିଗତ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିବାର ଜଣାପଡିଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.