ଆସିକା ବିଜ୍ଞାନମହାବିଦ୍ୟାଳୟରେ ଜାତୀୟ ସେବାଯୋଜନାର ପ୍ରତିଷ୍ଠାଦିବସ

ଆସିକା, ୨୪।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡାଙ୍କ ପୌରହିତ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିରୂପେ ଅବସର ପ୍ରାପ୍ତ ପ୍ରଫେସର କେଦାରନାଥ ପଣ୍ଡା,ମୁଖ୍ୟବକ୍ତା ଡ. ସସ୍ମିତାପାତ୍ର ତଥା ଯୁବ ରେଡକ୍ରସର ଉପଦେଷ୍ଟା ରାଜେଶକୁମାର ସାହୁ ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ। ଯୁକ୍ତତିନି ଏନ୍ଏସ୍ଏସ୍ ୟୁନିଟର ପ୍ରୋଗ୍ରାମ ଅଫିସର ଚ଼ନ୍ଦନ ମାରାଣ୍ଡି ଅତିଥିପରିଚ଼ୟ ପ୍ରଦାନ, ଅଧ୍ୟକ୍ଷା ଡ. ପଣ୍ଡା ସଭାକାର୍ଯ୍ୟ ସଂପାଦନା କରିଥିଲେ। ମୁଖ୍ୟ ସଂଗଠକ ରୂପେ ଯୁକ୍ତଦୁଇ ୟୁନିଟର ପ୍ରୋଗ୍ରାମ ଅଫିସର ପବିତ୍ର ଧଙ୍ଗଡାମାଝି ସଭାର ସମସ୍ତ କାର୍ଯ୍ୟ ଆୟୋଜନ କରିଥିଲେ। ସେବା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ବ୍ୟକ୍ତିତ୍ବର ବିକାଶ ପରିଲକ୍ଷିତ ହୋଇଥାଏ । ସେବା ପରାୟଣତାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସା, ପଣ୍ଡିତ ଗୋପବନ୍ଧୁ ଦାଶ ଏବଂ ବାରିଷ୍ଟର ମଧୂସୁଦନଦାସଙ୍କ ମାନବିକତା ସେବାର ଉଦାହରଣ ଅତିଥିମାନେ ରଖିଥିଲେ।ଜାତୀୟସେବା ଯୋଜନାର ପୃଷ୍ଟପୋଷକ ତଥା ଭାରତର ଯୁଗ୍ମଶିକ୍ଷାମନ୍ତ୍ରୀ ସ୍ବର୍ଗତ ଭିକେଆରବି ରାଓଙ୍କ ସେବା ପରାୟଣତାର ପରିକଳ୍ପନାକୁ ସ୍ମୃତି ଚାରଣ କରାଯାଇଥିଲା।ଶେଷରେ ଯୁକ୍ତତିନିର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ମଞ୍ଜୁଡାକୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।(କୈଳାସମହାରଣାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.