ଜାତୀୟ ବିଜ୍ଞାନ ଦିବସ ପାଳିତ

0 535

ଡେଲାଙ୍ଗ,୨୯/୨ (ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତର ପ୍ରଥମ ରଷ୍ଟ୍ରପତି ଭାରତ ରତ୍ନ ଡ.ରାଜେନ୍ଦ୍ର ପ୍ରସାଦଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା । ଶିକ୍ଷକ ମିଟୁକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ,ପର୍ଶୁରାମ ସାହୁ,ସୁଧିରକୁମାର ଜେନା ଓ ପୁରୁଷୋତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ,ତର୍କ,ବର୍ଜ୍ୟବସ୍ତୁ ପରିଚାଳନା,ପରିବେଷ ସୁରକ୍ଷା ଅଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲ।। ଶିକ୍ଷକ ମାନେ ବୈଜ୍ଞାନିକ ଡ ,ଚନ୍ଦ୍ରଶେଖର ଭେଙ୍କଟରମଣ ଓ ଡ. ରାଜେନ୍ଦ୍ର ପ୍ରସାଦଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ । ସେହିପରି ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ଶିକ୍ଷାବିକାଶ ସମିତି ଅନୁବନ୍ଧିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସଭାପତି ଡ.ବସନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ର,ସମ୍ପାଦକ ଶୁଶାନ୍ତ ବିଶ୍ୱାଲ,ପୂର୍ବତନ ସମ୍ପାଦକ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲୋ ଅତିଥି ମାନେ ମହାନ ବୈଜ୍ଞାନିକ ସି.ଭି.ରମଣଙ୍କ ଜୀବନୀ ଓ ସଫଳତା ସମ୍ପର୍କରେ ଅଲୋକପାତ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛତ୍ରୀ ମାନଙ୍କୁ ବର୍ଗ ଅନୁସାରେ ବିଭକ୍ତି କରଣ କରାଯାଇ ସି.ଭି.ରମଣଙ୍କ ଜୀବନୀ ଉପରେ ପତ୍ରବାଚନ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.