ଦୟାସେତୁ ପାହିଆ ପାର ହେବା ସମୟରେ ଟ୍ରେନ୍ ଧକ୍କାରେ ୧ ମୃତ୍ୟୁ

0 194

ଡେଲାଙ୍ଗ,୨୯/୨ (ଏସଏସନିୟୁଜ)ପୁରୀ-ଖୋର୍ଦ୍ଧା ରେଳଲାଇନ୍‌ର ନିମପୁର ନିକଟରେ ଥିବା ଦୟାସେତୁ ପାହିଆଠାରେ ଟ୍ରେନ ଧକ୍କାରେ ଜଣେ ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନିମପୁର ଗ୍ରାମର ପ୍ରକାଶ ଜେନା(୪୦) ପ୍ରତ୍ୟେକ ଦିନ ରେଳଲାଇନ କଡରେ ଦୟା ପାହିଆ ଦେଇ ଜଟଣୀକୁ ଯାତାୟତ କରନ୍ତି ।ଆଜି ଏହି ପାହିଆ ଦେଇ ପ୍ରକାଶ ତାଙ୍କ ବାଇକରେ ଜଟଣୀ ଯିବା ସମୟରେ ପୁରୀ – କଟକ ପାସେଞ୍ଜର ପଛପଟୁ ପାହିଆ ଉପରେ ତାଙ୍କୁ ଧକ୍କା ଦେଇଥିଲା ।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇଁ ଜଟଣୀ ଜିଆରପି ଘଟଣା ସ୍ଥଳରେ ପହଁଚିି ୧୮ /୨୦ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ଜବତ କରି ବେବ୍ୟଚ୍ଛେଦ ପାଇଁ ଖୋର୍ଦ୍ଧାରୋଡ ମୁଖ୍ୟଚିକିତ୍ସାଳକୁ ପଠାଇଛି ।ଏହି ବସନ୍ତ ପୁରର ଅରାଗଡ ପାହିଆ ଏକ ବିପଦ ପୂର୍ଣ୍ଣ ଯାତାୟତ ସ୍ଥାନ ଏହି ପାହିଆଟି କେବଳ ପାଦଚଲା ରାସ୍ତା ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଏହି ବିପଦ ପୂର୍ଣ୍ଣ ରାସ୍ତାରେ ୨ ଚକିଆ ଗାଡି ନେଇ ଯାତାୟତ କରିଥାନ୍ତି । ଜଟଣୀକୁ ଯିବାପାଇଁ ଅଳ୍ପ ବାଟ ହୋଇଥିବାରୁ ଲୋକମାନେ ବିପଦକୁ ଖାତିର ନକରି ଏହି ରାସ୍ତା ଦେଇ ଯାତାୟତ କରନ୍ତି ।

Leave A Reply

Your email address will not be published.