ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ତ୍ରିଂଶ ସମାବର୍ତ୍ତନଉତ୍ସବ

0 47

ଭୁବନେଶ୍ବର,୧୧ା୵୪(ଏସଏସନିଉଜ) ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୩୦ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ହରିହର କାନୁନଗୋ ଯୋଗଦେଇ ବିଦ୍ୟାଳୟର କାର୍ଯ୍ୟକ୍ରମ ଓ ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିଦ୍ୟାଳୟଟି ପ୍ରତିଷ୍ଠିତ ତାର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ। ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜିର ଶିକ୍ଷା ବ୍ୟବସ୍ଥାରେ ଆଧ୍ୟାତ୍ମିକତା ଓ ନୈତିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ଭାରତୀୟ ଶିକ୍ଷା ପରିଷଦର ଟ୍ରଷ୍ଟି ବାବାଜି କୁମାର ପିଲାମାନେ ସଂସ୍କାରିତ ହେବା ଦିଗରେ ଅଭିଭାବକଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଥିଲେ। ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡା ସମ୍ମାନିତ ଅତିଥିଭାବେ ଭାବେ ଯୋଗଦେଇ ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ କରାଗଲେ ଶିକ୍ଷାରେ ପୂର୍ଣ୍ଣତା ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ମାର୍ଗଦର୍ଶକ ତଥା ସଂଯୋଜକ ଅଲେଖ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସଂପାଦକ ପ୍ରଦୀପ କୁମାର ପାଣି ବାର୍ଷିକ ବିବରଣୀ ପାଠ କରିଥିଲେ। ପିଲାମାନଙ୍କର ପାଠ ସହିତ ଅନ୍ୟାନ୍ୟ ସହପାଠ୍ୟ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ବର୍ଣ୍ଣାଢ୍ୟ ସଂନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କର ଚିତାକର୍ଷକ ସାଂସ୍କୃତିକ କାର‌୍ୟ୍ୟକ୍ରମ ହଜାର ହଜାର ଅଭିଭାବକମାନଙ୍କୁ ବିମୋହିତ କରିଥିଲା। ପିଲାମାନଙ୍କର ଏଭଳି ଦକ୍ଷତାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ମଣ୍ଡଳି ଓ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାସ୍କର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.