ଝାଡ଼ାବାନ୍ତିରେ ଆକ୍ରାନ୍ତ ୬୧ଛାତ୍ରଛାତ୍ରୀ

0 71

ସୁକିନ୍ଦା,୧୫ା୮(ଏସଏସନିଉଜ) ଗୋବରଘାଟି ସରକାରୀହାଇସ୍କୁଲ ହଷ୍ଟେଲର ୬୧ଜଣ ଅନୁସୂଚିତଜାତି ଓ ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ଖବରପାଇ ଏକ ଡାକ୍ତରୀଦଳ ହଷ୍ଟେଲରେ ପହଁଚି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି ।କେତେକ ପିଲାଙ୍କୁ ଚିକିସ୍‌ାପାଇଁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।ସେମାନଙ୍କମଧ୍ୟରୁ ୧୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାର ଜଣାପଡିଛି । ଗୋବରଘାଟି ହାଇସ୍କୁଲ ପରିସରରେ ଥିବା ହଷ୍ଟେଲରରୁ ପିଲାମାନଙ୍କୁ ଦେଢ଼କିଲୋମିଟର ଦୂର ବେଲହାରୀ ଆଶ୍ରମସ୍କୁଲ ପରିସରରେ ନବନିର୍ମିତ ହଷ୍ଟେଲକୁ ସ୍ଥାନାନ୍ତର କରାଯାଇଥିଲା।ଏହାପରଠାରୁ ପିଲାମାନଙ୍କ ସ୍ବାସ୍ଥ୍ୟାବବସ୍ଥାଦ ବିଗିଡ଼ିବାରେ ଲାଗିଥିଲା ।

Leave A Reply

Your email address will not be published.