ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

0 78

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ କରିଛି ଚନ୍ଦକାପୋଲିସ ।ଗିରଫଯୁବକ ନୟାଗଡ଼ ନୂଆଗାଁଥାନା ଅଧିନସ୍ଥ ଗଦାଧରପୁରଗ୍ରାମର ଅଭିଜିତପ୍ରଧାନ ଓ ନୟାଗଡ ସଦର ଥାନାଅଧୀନସ୍ଥ ରାୟପୁରଗ୍ରାମର ଅଚ୍ୟୁତପ୍ରଧାନ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଚନ୍ଦକାଥାନା ଅଧୀନରେଥିବା ଗୋଠାପାଟଣାରେ ଥିବା ଟାଇମ୍ସ ଗୁରୁକୁଳରେ ଚାକିରିକରିଥିବା ମାନିନୀ(ଛଦ୍ମନାମ)ନାମକ ଜଣେ ଯୁବତୀ ନିମ୍ନୋକ୍ତ ଜଣେ ଅଭିଯୁକ୍ତ ଅଚ୍ୟୁତପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ, ଯିଏକି ତାଙ୍କୁ ଅନ୍ୟଜଣେ ଅଭିଯୁକ୍ତ ଅଭିଜିତପ୍ରଧାଙ୍କ ଜରିଆରେ ସରକାରୀଚାକିରିରେ ଯୋଗଦେବାପାଇଁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀସମୟରେ ଯୁବତୀଜଣକ ସରକାରୀଚାକିରି ଆଶାରେ ଉଭୟଅଭିଯୁକ୍ତଙ୍କ ସହିତ ଯୋଗଯୋଗରେ ରହିବାମଧ୍ୟରେ, ଉଭୟଅଭିଯୁକ୍ତ ତାଙ୍କନିକଟରେ ଥିବା ତାଙ୍କ ଏଟିଏମକାର୍ଡକୁ କୌଶଳକ୍ରମେ ନେବାରେ ସକ୍ଷମହୋଇଥିଲେ ଏବଂ ପରେ ସରକାରୀ ଚାକିରିକରାଇ ଦେବାର ପ୍ରତିଶୃତିଦେଇ ଉକ୍ତ ଏଟିଏମକାର୍ଡ ମାଧ୍ୟମରେ ୬,୮୦,୬୫୦ଟଙ୍କା ଉଠାଇ ନେଇଯାଇଥିଲେ । ଟଙ୍କା ନେବାପରେ ଉଭୟଅଭିଯୁକ୍ତ ତାଙ୍କୁ ଆଉ ଧରାଛୁଆଁ ଦେଇନଥିଲେ, ବରଂ ଟଙ୍କା ଫେରାଇବା କଥା କହିଲେ ଉଭୟତାଙ୍କୁ ନାନାପ୍ରକାର ଧମକମାନ ଦେଇଥିଲେ । ପରେ ଯୁବତୀଜଣକ ବିଶ୍ଵସ୍ତସୁତ୍ରରୁ ଜାଣିବାକୁ ପାଇଥିଲେଯେ, ଉଭୟଅଭିଯୁକ୍ତ ଏହିଭଳିଭାବେ ଅନ୍ୟ କେତେକ ଚାକିରିଆଶାୟୀପ୍ରାର୍ଥୀଙ୍କ ନିକଟରୁ ମଧ୍ୟ ଅନେକଟଙ୍କା ଠକିନେଇଛନ୍ତି । ଶେଷରେ ଯୁବତୀଜଣକ ଚନ୍ଦକାଥାନାରେ ଏନେଇ ଅଭିଯୋଗ କରିଥିଲେ । ତାଙ୍କଅଭିଯୋଗ ଆଧାରରେ ଚନ୍ଦକାଥାନାପୁଲିସ ୨୬୧/୨୩ନମ୍ୱର ମାମଲାରୁଜୁକରି ତଦନ୍ତକରିବା ସହିତ ଦୁଇଅଭିଯୁକ୍ତଙ୍କୁ ଗିରଫକରିଥିଲେ । ପଚରାଉଚରାବେଳେ ଉଭୟଅଭିଯୁକ୍ତ ନିଜଅପରାଧ ସ୍ଵୀକାରକରିଥିଲେ । ଚନ୍ଦକାପୋଲିସ ସୋମବାରଦିନ ସେମାନଙ୍କୁ କୋର୍ଟଚାଲାଣ କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

 

Leave A Reply

Your email address will not be published.