ଝଲସୁଛି ଦାରୁଠେଙ୍ଗ ପିଣ୍ଡିକି ବାହୁବଳେନ୍ଦ୍ରସାହି

ଚାଲିଛି ୩୪ତମ ଗଜଲକ୍ଷ୍ମୀ ପୂଜା

ମେଣ୍ଢାଶାଳ,୧୦।୧୦( ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପିଣ୍ଡିକି ବାହୁବଳେନ୍ଦ୍ର ସାହିରେ ୩୭ ତମ ଗଜଲକ୍ଷ୍ମୀପୂଜା ଧୁମ୍ ଧାମର ସହ ପାଳିତ ହେଉଛି ।ସନ୍ଧ୍ୟା ହେବା ମାତ୍ରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳ ଦେଖଣାହାରୀଙ୍କୁ ବିମୋହିତ କରିଛି।ସାତଦିନ ଧରି ଆୟୋଜିତ ଏହି ପୂଜାସବ ରେ ସୋମବାରଠାରୁ କୁମାର ପୁର୍ଣିମା ଅବସରରେ ମାଙ୍କୁ ସ୍ଥାପନା ସହ କଳସ ଶୋଭାଯାତ୍ରା ,ଷୋଡଶଚାର ପୂଜା, ସର୍ବ ଦେବଦେବୀ ଆବାହନ, ଆହୁତି ପ୍ରଦାନ, ଅଗ୍ନିସ୍ଥାପନ ଓ ହୋମ ଯଂଜ୍ଞ ହୋଇଥିଲା ।ସୋମବାରଠାରୁ ରବିବାର ପର୍ଯ୍ୟନ୍ତ ସାତ ଦିନଧରି ପ୍ରତ୍ୟହସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ, ଭଜନ,ପାଲା ଓ ନୂତ୍ୟ ପରିବେଶଣ କମିଟି ପକ୍ଷରୁ କରାଯାଉଥିବା ବେଳେ ରବିବାର ସନ୍ଧ୍ୟାରେ ମାଙ୍କର ଭସାଣି ଶୋଭାଯାତ୍ରା ଅନୁଷ୍ଟିତ ହେବ। ପୂଜକ କାଳନ୍ଦୀ ରଥ, ଲିଙ୍ଗରାଜ ଶତପଥୀ ଓ ସତ୍ୟ ପ୍ରକାଶ ପତି ପୂଜା କାର୍ଯ୍ୟ ସମ୍ପର୍ନ୍ନ କରୁଥିବା ବେଳେ କର୍ତ୍ତାକର୍ତି ଭାବେ ମିଟୁ ବାହୁବଳେନ୍ଦ୍ର, ବେବିନା ରାଉତ ଯୋଗଦେଇ ସହଯୋଗ କରିଛନ୍ତି। କମିଟିର ସଦସ୍ୟ କେଦାର ବାହୁବଳେନ୍ଦ୍ର, ଅମରେନ୍ଦ୍ର ବାହୁବଳେନ୍ଦ୍ର, ଧିରେନ ସୁନ୍ଦରାୟ, ବାପି ବାହୁବଳେନ୍ଦ୍ର, ଅକ୍ଷୟ ବାରିକ,୫ ନମ୍ବର ୱାଡ଼ ମେମ୍ବର ହୃଦାନନ୍ଦ ସାହୁ, ମାଗୁଣି ସାହୁ ଓ ଦାରୁଠେଙ୍ଗ ଗ୍ରାମର ଯୁବକ ଓ ମୁରବି ମାନେ କାଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

 

- Advertisement -

Leave A Reply

Your email address will not be published.