ଟଙ୍କା ନଦେବାରୁ ମା ଓ ଭଉଣୀଙ୍କୁ ଆକ୍ରମଣ

ଗିରଫ ହେଲା ପୁଅ

ମେଣ୍ଢାଶାଳ,୧୦।୧୦(ଏସଏସନିଉଜ) ନିଜ ଖର୍ଚ୍ଚ ଲାଗି ଟଙ୍କା ମାଗିବାରୁ ନଦେବାରୁ ମା ଓ ଭଉଣୀଙ୍କୁ ରାସ୍ତାକୁ ଘୋଷାରି ନେଇ ବାଉଁଶ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କଲେ ପୁଅ।ମାର ଅଭିଯୋଗକୁ ଭିତି କରି ଚନ୍ଦକାଥାନା ପୋଲିସ ପୁଅକୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।
ପ୍ରକାଶଯେ, ଚନ୍ଦକାଥାନା ଅଧିନସ୍ଥ ଛତାବର ଗାଆଁରେ ହରପ୍ରିୟା ରଣା ନାମକ ମହିଳା ପରିବାର ସହ ରୁହନ୍ତି।ତାଙ୍କ ପୁଅ ଆଶୁତୋଷ ବେକାରୀ ସମସ୍ଯା ଦେଇ ଗତିକରୁଥିବା ବେଳେ, ନିଜ ଖର୍ଚ୍ଚ ଲାଗି ମାଙ୍କ ଉପରେ ନିୟମିତ ଭାବେ ଚାପ ପକାଇ ଆସୁଥିଲେ । ଗୁରୁବାର ସନ୍ଧ୍ୟାରେ ମଧ୍ୟ ଆଶୁତୋଷ ମାଙ୍କୁ ଖର୍ଚ୍ଚ ଲାଗି ଟଙ୍କା ମାଗିଥିଲେ । ମା ଟଙ୍କା ଦେବାଲାଗି ମନା କରିବାରୁ ଆଶୁତୋଷ ଉତ୍ତ୍ୟକ୍ତ ହୋଇ ମା ଓ ଝିଅଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହଠାତ ରାସ୍ତାକୁ ଘୋଷାରି ନେଇ ବାଉଁଶ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବା ଲାଗି ଧମକ ମଧ୍ୟ ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଏହି ଘଟଣାରେ ହସ୍ତକ୍ଷେପ କରିବାରୁ ଆଶୁତୋଷ ସେମାନଙ୍କୁ ଖଣ୍ଡା ଦେଖାଇ ମାରିଦେବାକୁ ଧମକ ଦେଇଥିଲେ ବୋଲି
ମା ହରପ୍ରିୟା ରଣା ଗୁରୁବାର ରାତିରେ ଚନ୍ଦକା ଥାନାରେ କରିଥିବା ଅଭିଯୋଗ ରେ ଦର୍ଶାଇଥିଲେ।ପୋଲିସ୪୩୭/ ୨୫ କେସ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ପୁଅ ଆଶୁତୋଷ ରଣାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.