ଝୁଲନ୍ତା ଅବସ୍ଥାରେ ବେଲଗଛରୁ ମୃତଦେହ ଉଦ୍ଧାର

0 471

ବାରଙ୍ଗ,୨୨/୫(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ବେଲଗଛରୁ ଏକ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିର ମୃତଦେହକୁ ବାରଙ୍ଗଥାନାପୋଲିସ ଉଦ୍ଧାର କରିଛି ।ମୃତ ବ୍ୟକ୍ତି ହେଉଛନ୍ତି କଲିକତାର ଦିଲିପ ହାସଦା(୪୨) । ସେ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ଘରୋଇ ପାଇପ କମ୍ପାନୀରେଶ୍ରମିକଭାବେ କାର୍ଯ୍ୟକରିବା ସହ ପିଲାଛୁଆଧରି କମ୍ପାନି ପକ୍ଷରୁ ମିଳିଥିବା ଘରେ ରହୁଥିଲେ ।ରବିବାର ସକାଳେ ରହୁଥିବା ଘରଠାରୁ ଅଳ୍ପଦୁରରେ ଥିବା ଏକ ବେଲଗଛରେ ଗାମୁଛା ଲଗାଇ ଝୁଲୁଥିବାର ଶୈାଚପାଇଁ ଯାଇଥିବା କିଛି କର୍ମଚାରୀ ଦେଖି ତାଙ୍କ ପରିବାରକୁ କଭର ଦେଇଥିଲେ ।ପରେ ଖବରପାଇ ଗୋଡିସାହିଫାଣ୍ଡିପୋଲିସ ପହଁଚି ୩/୨୨କେଶନଂରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଛେଦପାଇଁ ପଠାଇଛନ୍ତି ।ତେବେ ଏହା ଆମ୍‌ହତ୍ୟା ନା ହତ୍ୟା ତାହା ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ବାରଙ୍ଗଥାନାଅଧିକାରୀ ଆକାଶଚନ୍ଦ୍ରରଣା କହିଛନ୍ତି ।

 

 

 

Leave A Reply

Your email address will not be published.