ଜୀବନ୍ତ ଜଳିଗଲେ ଟ୍ରକଡ୍ରାଇଭର

0 101

କେନ୍ଦୁଝର,୪ା୮(ଏସଏସନିଉଜ) ସଦରଥାନାଅର୍ନ୍ତଗତ ୪୯ନମ୍ବର ଜାତୀୟରାଜପଥର ମହୁଲଡିହାଗାଁ ନିକଟରେ ଭୋରସମୟରେ ଗୋଟିଏ ଟ୍ରକକୁ ପଛରୁ ଆଉଏକ ଟ୍ରକ୍ ଧକ୍କାଦେବାପରେ ଟ୍ରକଟିରେ ନିଆଁ ଲାଗି ଜଣେ ଟ୍ରକଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।ଲୁହାଚାଦର ବୋଝେଇଟ୍ରକକୁ ପଛରୁ ଏକଟ୍ରକ ଧକ୍କା ଦେବାଫଳରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଖବରପାଇ ପୁଲିସ ଓ ଅଗ୍ନିଶମବାହୀନି ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ଦଗ୍ଧଡ୍ରାଇଭରକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.