ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ

0 92

ଭଦ୍ରକ, ୪ା୮(ଏସଏସନିଉଜ) ବନ୍ୟାଜଳରେ ଭଦ୍ରକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବର୍ତ୍ତମାନ ଅସୁରାଳବଜାର ଉପରେ ୩ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ପ୍ରବାହିତହେତୁ ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୈତରଣୀନଦୀରେ ବନ୍ୟାଯୋଗୁଁ ଶାଖାନଦୀ ରେବ, କପାଳୀ, ନାଳିଆ, କୋଚିଳା, ଗେଙ୍ଗୁଟି ବର୍ତ୍ତମାନ ଉଛୁଳିବାରେ ଲାଗିଛି ।ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଳକ୍‌ର ୩୩ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାସହ ଶତାଧିକଗାଁ ପାଣିଘେରରେ ରହିଛି।ଭଣ୍ଡାରିପୋଖରୀ ବ୍ଲକ୍‌ର କଣ୍ଟିଘାଇ ଏସ୍‌କେପ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଧାମନଗର ବ୍ଲକ୍‌ର ମଲ୍ଲୀମାହାରା ଓ ଗୌରାଙ୍ଗପୁର ‌ଏସ୍‌କେପ୍ ଦେଇ ବନ୍ୟାଜଳ ଗାଁ ଭିତରକୁ ମାଡ଼ିଆସିଛି।ଧାମନଗର ବ୍ଲକ୍‌ର ୨୬ଟି ପଞ୍ଚାୟତରେ ୮୦ରୁ ଅଧିକ ଗାଁ ବନ୍ୟାଘେରରେ ରହିଛି। ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ଗ୍ରାମର ୮ ବର୍ଷର ପୁଅ ବନ୍ୟାଜଳରେ ଭାସି ଯାଇଥିବାବେଳେ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଆରମ୍ଭ କରିଛି ।ଭଣ୍ଡାରିପୋଖରୀବ୍ଲକ୍‌ର ବନ୍ଦାଳ-ମଢିଆଳି ଓ ଭଣ୍ତାରିପୋଖର-ମଣିନାଥପୁର ରାସ୍ତା ଉପରେ ୩ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେବାରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Leave A Reply

Your email address will not be published.