ଜୀଅନ୍ତା ଜଳିଗଲେ ୯୧

ଖବର ଆଜିର,ତାରିଖ ୦୭-୧୧-୨୦୨୧/ରବିବାର

0 305

୧-ଆଫ୍ରିକାରେ ଭୟଙ୍କର ଦୁର୍ଘଟଣା: ପେଟ୍ରୋଲ ବୋଝେଇ ଟ୍ୟାଙ୍କକୁ ଧକ୍କା ଦେଲା ଟ୍ରକ, ବିସ୍ଫୋରଣରେ ଜୀଅନ୍ତା ଜଳିଗଲେ ୯୧ଜଣ ଲୋକ ।
୨-ରନ୍ ରେଟ୍‌ରେ ପଛରେ ପଡ଼ି ସାଉଥ୍ ଆଫ୍ରିକା ବିଦା, ରବାଡାଙ୍କ ହ୍ୟାଟ୍ରିକ୍ : ପରାଜୟ ସତ୍ତ୍ୱେ ସେମିରେ ଇଂଲଣ୍ଡ ।
୩-ଟି-୨୦ ବିଶ୍ୱକପ୍; ସେମିରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ।
୪-୯ରେ ନବୀନ-ଜଗନ ଭେଟ: ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ଓ ପୋଲାଭରମ ବିବାଦର ହେବ ଆଲୋଚନା ।
୫-ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ।
୬-ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତାରେ କେଜ୍ରିୱାଲ ସରକାର: ଦିପାବଳୀର ୨ ଦିନ ପରେ ବି ରାଜଧାନୀ ବାୟୁମଣ୍ଡଳରେ ଭରି ରହିଛି ବିଷାକ୍ତ ଧୂଆଁ ।।
୭-ସୁଦାମ ମାରାଣ୍ଡିଙ୍କ କନ୍‌ଫିଡେନ୍ସ ନାହିଁ, ତେଣୁ କୋଟିଆ ବିବାଦ ସମାଧାନ ହେଉନି: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।
୮-ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ତେଜିଲା ରାଜନୀତି । ବିରୋଧ କରିବା ପାଇଁ ବିରୋଧୀଙ୍କ ଜୋରଦାର ପ୍ରସ୍ତୁତି ।
୯-ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ୯ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା-ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର . ।

୧୦-DRDO ଗୁପ୍ତଚରୀ ମାମଲାରେ ମୁମ୍ବାଇ ଲିଙ୍କ୍‌ ! ଅଭିଯୁକ୍ତଙ୍କୁ ୪୦ ହଜାର ମାଗିଥିଲେ ମହିଳା ।
୧୧-ଜିଆଇଇଟି ଛାତ୍ରୀ ସ୍ମୃତିଶ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁନି, ଅଧ୍ୟାପକଙ୍କ ଅନୈତିକ କାର୍ଯ୍ୟ ପାଇଁ ବଳି ପଡ଼ିଲେ!
୧୨-ଗ୍ୟାଙ୍ଗଷ୍ଟରଙ୍କ ପରେ ସାବାଡ୍ ହେବେ ଗୁଣ୍ଡା, ଆସିବ ସ୍ୱତନ୍ତ୍ର ‘ଗୁଣ୍ଡା ନିରୋଧ’ ଆଇନ .
୧୩-ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
୧୪-ମମିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ : ପୃଥ୍ୱୀରାଜ ହରିଚନ୍ଦନ ।
୧୫-ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଆହୁରି ୧୪ ଟଙ୍କା କମାନ୍ତୁୁ ଓଡିଶା ସରକାର : ସମୀର ମହାନ୍ତି ।
୧୬-ପରଦାରେ ଧମାଲ କରୁଛି ଅକ୍ଷୟ-କ୍ୟାଟ୍ରିନାଙ୍କ ସୂର୍ଯ୍ୟବଂଶୀ: ପ୍ରଥମ ଦିନରେ କଲା ୨୫ କୋଟିର ବ୍ୟବସାୟ ।
ସମସ୍ୟା”କୁ ସାମ୍ନା କରନ୍ତୁ କାହିଁକିନା ଏହା ସାହାସିକତା ବଢେଇବା ସହିତ ନିଜକୁ ସୁଦୃଢ଼ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।କେବଳ ଦୁଇଜଣ ଲୋକ ଜାଣନ୍ତି… ଯେ ଆମେ ଜୀବନରେ କେତେ ଠିକ୍…” ଏବଂ “କେତେ ଭୁଲ୍ କରିଛେ…ସେହି ଦୁଇ ଜଣ ହେଲେ ଭଗବାନ… ” ଏବଂ “ଅନ୍ତର ଆତ୍ମା…ଆଶ୍ଚର୍ଯ୍ୟର କଥା ଉଭୟ ଦୃଶ୍ୟମାନ ହୁଅନ୍ତି ନାହିଁ….ଶୁଭ ସକାଳ,ସୁପ୍ରଭାତ🙏ଜୟ ଜଗନ୍ନାଥ🙏

Leave A Reply

Your email address will not be published.