ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

0 217

ମାଲକାନଗିରି ,୨୨/୬(ଏସଏସନିୟୁଜ) ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର‌୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ଜିଲ୍ଲାପାଳଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିଛି । ଆନ୍ଧ୍ର ର ଏକ ଘରୋଇ କମ୍ପାନୀକୁ ଅନୁକମ୍ପା ଦେଖାଇଛନ୍ତି ଜିଲ୍ଲାପାଳ । ଟେଣ୍ଡର ବକ୍ସକୁ ନିଜ ଘରେ ରଖିବା ସହ ଆନ୍ଧ୍ରର ଏକ ଠିକାଦାରଙ୍କୁ ସହଯୋଗ କରାଯାଇ ଥିବା ଅଭିଯୋଗ କରିଛି କଂଗ୍ରେସ ।

Leave A Reply

Your email address will not be published.