ଜିଲ୍ଲାପରିଷଦ ସଭ୍ୟଙ୍କ ଆତ୍ମହତ୍ୟା!

0 151

ଭୁବନେଶ୍ୱର,୨୪/୯(ଏସଏସ ନିଉଜ)ପାରିବାରିକ କଳହ ନେଲା ଜୀବନ । ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ । ଆତ୍ମହତ୍ୟା କରିଥିବା ଜିଲ୍ଲା ପରିଷଦସଭ୍ୟ ହେଉଛନ୍ତି ପୁରୀ ଜିଲ୍ଲା ଗୋପ ୧୧ନଂ ଜୋନର ଧର୍ମେନ୍ଦ୍ର ସାହୁ । ଭୁବନେଶ୍ୱର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କଘରୁ ମିଳିଛି ମୃତଦେହ । ତେବେ ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ସେ ବିଜେଡିର ନେତା ଥିଲେ। ତାଙ୍କର ପତ୍ନୀ ଓ ଏକ ପୁଅ ଅଛନ୍ତି ।ମୃତ୍ୟୁପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ମୋ ଫୋନ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ସେ ଏହି ଭିଡିଓରେ କହିଛନ୍ତି।ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.