ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟଦିବସ ପାଳିତ

0 616

କଟକ,୨୧/୧୧(ଏସଏସନିଉଜ) ସୋମବାରଦିନ ଜିଲ୍ଲାମତ୍ସ୍ୟକାର୍ଯ୍ୟାଳୟ କଟକ ତରଫରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱମତ୍ସ୍ୟଦିବସ ପାଳନ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର , ବାଙ୍କୀ-ଡମପଡା ଜିଲ୍ଲାପରିଷଦସଦସ୍ୟ ଆଶିଷକୁମାରସାହୁ ଯୋଗଦେଇ ଆନୁଷ୍ଠାନିକଭାବେ ପ୍ରଦୀପପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।ବିଶ୍ୱ ମତ୍ସ୍ୟଦିବସକୁ ଅଧିକ ଶ୍ରେଷ୍ଠତ୍ୱ ପ୍ରଦାନ ଉଦେଶ୍ୟରେ,ମତ୍ସ୍ୟବିଭାଗର ବିଭିନ୍ନଯୋଜନାକୁ ସଫଳ ରୂପାୟନ ଦେଇଥିବା ଚାଷୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାମତ୍ସ୍ୟଅଧିକାରୀ ଇତିଶ୍ରୀରଥ ଜିଲ୍ଲାରେ ମତ୍ସ୍ୟଉତ୍ପାଦନ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ସଫଳ ରୂପାୟନସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନୁଷ୍ଠିତ କର୍ମଶାଳାରେ ଉପମତ୍ସ୍ୟନିର୍ଦ୍ଦେଶକ ସୀମାଞ୍ଚଳବେହେରା ଏବଂ ଜିଲ୍ଲା ମୁଖ୍ୟପ୍ରାଣୀଧନଅଧିକାରୀ ଡାକ୍ତର ମଧୁସୂଦନ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ କଟକଜିଲ୍ଲାର ବିଭିନ୍ନବ୍ଲକରୁ ସମୁଦାୟ ୫ଜଣଅଗ୍ରଣୀ ମତ୍ସ୍ୟ ଚାଷୀ,ମତ୍ସ୍ୟବ୍ୟବସାୟୀ, ମତ୍ସ୍ୟଉଦ୍ୟୋଗୀ ଓ ମହିଳାସ୍ୱୟଂସହାୟକଗୋଷ୍ଠୀର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଦିନେଶକୁମାରପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.