ଜିଲ୍ଲାପରିଷଦସଭ୍ୟଙ୍କ ଘରେ ନକଲି ମଦଫ୍ୟାକ୍ଟ୍ରି!

ଭୁବନେଶ୍ୱର,୩।୧(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ପରିଷଦସଭ୍ୟଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଛି ଅବକାରୀ ବିଭାଗ।ଏହି ଘଟଣାରେ ଭୁବନ ୩ନମ୍ବରଜୋନ୍ର ଜିଲ୍ଲାପରିଷଦସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଛି ଅବକାରୀ ସ୍କ୍ବାଡ୍ ।ଏହିଘଟଣାରେ ଆହୁରି ଦୁଇ ଜଣ ମଧ୍ୟ ଗିରଫ ହୋଇଛନ୍ତି।ସେମାନେ ହେଲେ ଯାଜପୁରର ଜଖପୁରାଥାନା କନଷ୍ଟେବଳ ସୁଶାନ୍ତ ଦଳେଇ ଓ ବନମୃଦଙ୍କା ଗାଁର ଜଣେ ବ୍ୟକ୍ତିଙ୍କୁ ବାନ୍ଧିଛି ଅବକାରୀ ସ୍କ୍ବାଡ୍। କନଷ୍ଟେବଲ୍ଙ୍କ ଠାରୁ ୨ଟି ଅଫୁଟା ଗୁଳି ମଧ୍ୟ ଜବତ ହୋଇଛି।ଗତକାଲି ରାତିରେ ବିଶେଷସୁତ୍ରରୁ ଖବରପାଇ ଢେଙ୍କାନାଳ ଅବକାରୀବିଭାଗ ଭୁବନ ଏକତାଳିଗାଁରେ ଚଢାଉ କରି ଗାଁରେ ବିଜେଡିନେତା ସୁବାଷଙ୍କଘରେ ନକଲି ମଦକାରଖାନା ଠାବ କରିସେଠାରୁ୫୧ ଲିଟର ନକଲି ବିଦେଶୀ ମଦ, ୧ କିଲୋ କାରାମେଲ କେମିକାଲ, ଜାମାଇକା ରମ୍୮୦୦ ମିଲିଲିଟର, ୨୪୦ଟା ରମ୍ ଅନ୍ୟାନ୍ୟ ବ୍ରାଣ୍ଡ୍ ମଦ ଜବତ ହୋଇଛି।

- Advertisement -

Leave A Reply

Your email address will not be published.