ଜିମ୍, ଯୋଗକେନ୍ଦ୍ର ପାଇଁ ନୂଆ ନୀୟମ

0 415

ନୂଆଦିଲ୍ଲୀ,୩/୮(ଏସଏସନିୟୁଜ) ଅନଲକ-୩ରେ କେନ୍ଦ୍ର ସରକାର ଜିମ୍ ସେଣ୍ଟର ଓ ଯୋଗ କେନ୍ଦ୍ରକୁ ଖୋଲିବା ପାଇଁ ଅନୁମତି ଦେବା ସହ ଏକ ଗାଇଡଲାଇନ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।୬ ଫୁଟ୍ ଦୂରତା ବଜାୟ ରଖିବା ସହ ଜିମ୍ନାସିୟମ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯୋଇଛି। ମୁହଁ ଓ ଆଖିକୁ ରକ୍ଷା କରିବା ପାଇଁ ଭାଇଜର ବ୍ୟବହାର କରିବା ସହ ସାବୁନରେ ୪୦ରୁ ୬୦ ସେକେଣ୍ଡ ହାତ ଧୋଇବାକୁ ପଡ଼ିବ।ହାତ ସାନିଟାଇଜ୍ ହେବା ପରେ ହିଁ ବ୍ୟାୟାମ ଯନ୍ତ୍ର ବ୍ୟବହାର କରିବେ। ତେବେ ୬୫ ବର୍ଷରୁ ଅଧିକ ପୁରୁଷ କିମ୍ବା ମହିଳା, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି କେନ୍ଦ୍ରକୁ ଆସିବାକୁ ବାରଣ କରାଯାଇଛି।ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବ। ରୁମରେ ଏସି ୨୫ରୁ ୩୦ ଡିଗ୍ରୀ ସେଲସିୟସ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି।

ଲକର, ଚେଞ୍ଜିଙ୍ଗ ଏରିଆ, ସାୱାର ରୁମ ସାନିଟାଇଜ କରାଯିବ । ଜିମ ବନ୍ଦ ହେବା ପୂର୍ବରୁ ଉପକରଣଗୁଡ଼ିକୁ ଭଲରେ ବିଷୋଧନ କରାଯିବ । ଏହାସହ ସମସ୍ତେ ଆରୋଗ୍ୟ ସେତୁ ଆପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।ଏହାସହ ବ୍ୟୟାମ ଚାଲିଥିବା ବେଳେ ଚଟାଣକୁ ସଫା କରାଯିବ । ଜିମରେ ପ୍ରତି ବ୍ୟାୟାମ ଉପକରଣ ପାଖରେ ସାନିଟାଇଜ ରଖାଯିବ । ସମସ୍ତ ଉପକରଣ ବ୍ୟବହାର କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ବାଧ୍ୟତାମୂଳକ ହୋଇଛି ।

Leave A Reply

Your email address will not be published.