ଏଲପିଜିରେ ସବସିଡି ବନ୍ଦ

0 525

ନୂଆଦିଲ୍ଲୀ୩/୮(ଏସଏସନିୟୁଜ)ଚଳିତ ମାସରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ମିଳିବନି। ସରକାର ମେ ମାସରୁ ଏହାକୁ ବନ୍ଦ କରିଥିବା ବେଳେ ଜୁନ ଓ ଜୁଲାଇ ମାସରେ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ଯାଇ ନାହି । ଅଗଷ୍ଟ ମାସରେ ମଧ୍ୟ ଆସିବନି ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ଏପ୍ରିଲରେ ହ୍ରାସ ପାଇବା ଫଳରେ ମେ ମାସରେ ଏଲପିଜି ସିଲିଣ୍ଡର ପିଛା ୧୬୨ଟଙ୍କା ୫୦ ପଇସା କମିଥିଲା।ମେ ମାସରେ ଗ୍ୟାସ୍ ମୂଲ୍ୟ ପରିବର୍ତ୍ତନ ସମୟରୁ ଏହାକୁ ହଟାଇ ଦିଆଯାଇଛି। ଅଗଷ୍ଟ ମାସରେ ଏଲପିଜି ଦରରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ସରକାର ସବସିଡି ଦେବା ବନ୍ଦ କରିଦେଇଛନ୍ତି।

Leave A Reply

Your email address will not be published.