ଯୌନ ପିପାସୁକୁ ବାନ୍ଧିଲା ପୁଲିସ

0 56

ସୋର,୧୧ା୧୧(ଏସଏସନିଉଜ)ଜଙ୍ଗଲରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସୋର ପୋଲିସ ଯୌନ ପିପାସୁ ବାଇଧର ସିଂ ନାମକ ବ୍ୟକ୍ତିକୁ ଗିରଫ କରିଛି । ଉଦଳାଥାନା ଅନ୍ତର୍ଗତ ରାଢଅଞ୍ଚଳର ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଭିଣୋଇଙ୍କ ଘର ଔପଦାଥାନା ବଡ଼ପୋଖରୀରେ ରହୁଥିଲେ। ଘରେ କେହି ନଥିବାର ସୁଯୋଗରେ ଏହିଥାନା ଅଧିନସ୍ଥ ଗଜଆମ୍ବ ଗ୍ରାମର ବାଇଧର ସିଂ ଯୁବତୀଙ୍କୁ ସୋରରେ ଥିବା ଅନ୍ଧ ମୁକ ଆଶ୍ରୟସ୍ଥଳକୁ ଛାଡିବାକୁ ନେଇଯାଇଥିଲେ ।ଯୁବତୀଙ୍କୁ ମାଣିପୁର ପଂଚାୟତ ଖୁଣ୍ଟା ନିକଟରେ ଏକ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ପାଟିଶୁଣି ସ୍ଥାନୀୟ ଲୋକ ଯିବାରୁ ବାରଧର ଜାଗାଛାଡିପଳାଇଯାଇଥିଲେ ।ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୋଲିସ ଜଙ୍ଗଳମଧ୍ୟରୁ ବାଇଧରକୁ ଗିରଫ କରିବା ସହ ଯୁବତୀଙ୍କୁ ସୋର ସ୍ଥିତ ସୁଧାର ଗୃହକୁ ପଠାଇଛି ।

Leave A Reply

Your email address will not be published.