ଯୁବ କଂଗ୍ରେସ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସୁଖିଲା ଖାଦ୍ୟ ବଂଟନ

0 265

ଡେଲାଙ୍ଗ୧/୯ (ଏସ୍‌.ଏସ୍‌.ନିୟୁଜ)ବନ୍ୟାଜଳରେ ଡେଲାଙ୍ଗ ବ୍ଲକର ୧୪ ଗ୍ରାମ ପଂଚାୟତ ବାସିଙ୍କ ଦୁର୍ଦ୍ଦଶା ବଢାଇଦେଇଛି । ଘରେ ପାଣି ପଶିଯିବାରୁ ସଧାରଣ ଲୋକମାନେ ରୋଷେଇ କରି ଖାଇବା ସମ୍ଭବ ହେଉନାହିଁ ।ସୁଜନପୁର ପଂଚାୟତର ସତକିପୁର,ଗୌରାଦେଇପୁର,ପଟଣପୁର ଗ୍ରାମ ଦଳିତ ବସ୍ତି ଗୁଡିକରେ ଜଳବନ୍ଦି ହୋଇରହିଥିବା ଅସହାୟ ପରିବାରଙ୍କୁ ଯୁବକଂଗ୍ରେସ ନେତା ବିଶ୍ୱରଂଞ୍ଜନ ବଳବନ୍ତରାୟ ଓ ସାଥିମାନେ ସୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଯୁବନେତାଙ୍କର ଏହି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି । ଆସନ୍ତାକାଲି ଅନ୍ୟ ପଂଚାୟତରେ ଜଳବନ୍ଦି ହୋଇରହିଥିବା ପରିବାରଙ୍କୁ ଯୁବକଂଗ୍ରେସ ପକ୍ଷରୁ ସୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ବଳବନ୍ତରାୟ କହିଛନ୍ତି ।

Leave A Reply

Your email address will not be published.