ଯୁବକଙ୍କୁ ଏସିଡ୍ ମାଡ଼

0 354

ଭଦ୍ରକ,୮/୪(ଏସଏସନିଉଜ) ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ବନ୍ତ ଥାନା ସିଲନ୍ଦି ଗାଁରେଏକ ଅଭାବନୀୟ ଘଟଣା ଘଟିଛି ।ବାପାଙ୍କ ଔଷଧପାଇଁ ପାଇଁ ଛେନାପଦୀ ମାର୍କେଟକୁ ଯାଉଥିବାବେଳେ ପାର୍ଥସାରଥୀ ଜେନା ନାମକ ଯୁବକ ଉପରକୁ ଏସିଡ଼୍ ମାଡ଼ ହୋଇଥିବା ଜଣାପଡିଛି ।ଫଳରେ ତାଙ୍କ ଆଖିରେ ଏବଂ ମୁହଁ ଏସିଡ ମାଡ଼ ହୋଇ ଥିବାରୁ ସେ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ନିଜ ମଝିଆ ଭାଇ ଓ ଭାଉଜ ମିଶି ଏସିଡ଼୍ ମାଡ଼ କରିଥିବା ପୀଡ଼ିତ ଯୁବକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.