ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

0 273

ପୁରୀ, ୨୬/୭(ଏସଏସନିୟୁଜ) ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାସେଲି ସାହି ଥାନା ଅର୍ନ୍ତଗତ ଓଡ଼ିଆ ମଠ ନିକଟରେ ରହୁଥିବା ଜିତେନ୍ଦ୍ର ପୁରୋହିତ ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଜିତେନ୍ଦ୍ର ଜଣେ ଶିଳ୍ପୀ କାରିଗର ହୋଇଥିବାବେଳେ ପୂର୍ବରୁ ତାଙ୍କ ଘର ଉପରକୁ ବୋମାମାଡ ହୋଇଥିଲା । ଦୁର୍ବୃତ୍ତମାନେ ଜିତେନ୍ଦ୍ର ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ହାଣି ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ବାସେଳୀ ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.