ଯୁବକଙ୍କୁ ହତ୍ୟା ପ୍ରତିବାଦରେ ଥାନା ଘେରାଉ

0 167

ରାଉରକେଲା, ୨୧/୧୨(ଏସଏସନିୟୁଜ)ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିଣ୍ଟୁ ଶ୍ରୀବାସ୍ତବ ନାମକ ଯୁବକଙ୍କୁ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯିବା ଘଟଣାରେ ଉତ୍ୟକ୍ତ ଲୋକମାନେ ଥାନା ଘେରାଉ କରିଛନ୍ତି । ଆଜି ଦିନ ସାଢେ ୧୨ଟାସମୟରେ ପିଣ୍ଟୁ ସାଙ୍ଗମାନଙ୍କ ସହ ସେକ୍ଟର୨୧ର ଓଡ଼ିଶା ବନ ଉନ୍ନୟନ ନିଗମ ଗେଟ ନିକଟରେ ବସିଥିଲେ।ହତ୍ୟାଘଟଣାରେ ସମ୍‌ୃକ୍ତ ଯୁବକ ଓ ତାର ସହଯୋଗୀମାନେ ଆସି ପିଣ୍ଟୁ ସହ ପାଟିତୁଣ୍ଡ,ଠେଲାପେଲା କରିଥିଲେ ।ଏହିସମୟରେ ଏକ ଧାରୁଆ ଛୁରିରେ ପିଣ୍ଟୁକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇ ଯାଇଥଲେ। ପିଣ୍ଟୁକୁ ଉଦ୍ଧାର କରି ସ୍ଥାନୀୟ ଲୋକ ମେଡିକାଲକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାରେ ସମ୍‌ୃକ୍ତ ହତ୍ୟାକାରୀକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି ।ଅନ୍ୟପଟେ ମୃତକଙ୍କ ପରିବାରସହ ସ୍ଥାନୀୟ ଲୋକ କ୍ଷତିପୁରଣ ଦାବୀରେ ଥାନା ଘେରାଉ କରିଥିବାର ଜଣାପଡିଛି ।

Leave A Reply

Your email address will not be published.