ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ

0 219

ଗଞାମ,୨୮/୭(ଏସଏସନିୟୁଜ) ଯୁବତୀଙ୍କୁ ଜିଅନ୍ତା ଜାଳିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଗୁରୁତର ଯୁତବୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଛି । ଗଞ୍ଜାମର ପୁରୁଷୋତ୍ତମରୁ ଥାନା ଅଧୀନ ପ୍ରତାପପୁର ଗ୍ରାମରୁ ଏଭଳି ବିଭତ୍ସ ଖବର ଆସିଛି ।
ପ୍ରକାସ ଯେ,ପ୍ରତାପପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ କବିସୂର‌୍ୟ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଭଲ ପାଉଥିଲେ । କଥା ହେବା ବାହାନାରେ କୃଷ୍ଣଚନ୍ଦ୍ର ଯୁବତୀଙ୍କୁ ଏକ ପରିତ୍ୟକ୍ତ କାରଖାନା ନିକଟକୁ ଡାକିଥିଲେ । ସେଠାରେ ପେଟ୍ରୋଲ ଢାଳି ଯୁବତୀଙ୍କୁ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ପ୍ରେମିକ । ଯୁବତୀ ଜଣଙ୍କୁ ଜଳୁଥିବାର ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ଯୁତବୀଙ୍କୁ ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲ। । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ବ୍ରହ୍ମପୁର ଡାକ୍ତରଖାନାରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।ତେବେ ମୃତ୍ୟୁ ପୂର୍ବରୁ ମେଡିକାଲରେ ଯୁବତୀର ଶେଷ ବୟାନ ରେକର୍ଡ କରିଛି ପୁଲିସ । ତେବେ ଯୁବତୀଜଣଙ୍କ ଘଟିଥିବା ଘଟଣାକ୍ରମ ଓ ସମ୍ପୃକ୍ତ ଯୁବକର ମୋବାଇଲନମ୍ବର ଓ ନାମ ପ୍ରକାସ କରିବାପରେ ପୋଲିସ ମୋବାଇଲନମ୍ବରକୁ ଟ୍ରାକ କରି କୃଷ୍ଣଚନ୍ଦ୍ର ସାହୁଙ୍କୁ କାବୁ କରିବାସହ ବ୍ୟବହାର କରିଥିବା ବାଇକ୍ ଜବତ କରିଛି ।

Leave A Reply

Your email address will not be published.