କଟକ,୧୬।୧(ଏସଏସନିଉଜ)ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆଁ ବସଷ୍ଟାଣ୍ଡ କାଳୀ ମନ୍ଦିର ନିକଟରେ ଧାନମେରା ସାହି ଛକରେ ରହୁଥିବା ଅମିତ୍ ମୁଖୀଙ୍କୁ କିଛି ଯୁବକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ।ଗୁରୁତର ଅବସ୍ଥାରେ ଅମିତ୍ ମୁଖୀଙ୍କୁ ଉଦ୍ଧାର କରାଯାଇ ଏମକେସିଜି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଖବର ପାଇଁ ବ୍ରହ୍ମପୁର ଏସପି ବଡ଼ ମେଡ଼ିକାଲ ରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଗତ କିଛି ଦିନ ପୂର୍ବେ ଅମିତ୍ ମୁଖୀ ଓ ଧାନମେରା ସାହିର ଅନ୍ୟ କିଛି ଯୁବକଙ୍କ ମଧ୍ୟରେ ଆକ୍ରମଣ ଓ ପତି ଆକ୍ରମଣ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅମିତ୍ ମୂଖୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଜଣାପଡିଛି ।
