ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଲା

0 547

ଭୁବନେଶ୍ୱର,୨୧/୮ (ଏସ ଏସ ନିୟୁଜ ) ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି ।ଆସନ୍ତା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ ଦ୍ୱାରା ଆବେଦନ କରିପାରିବେ। ସେପ୍ଟେମ୍ବର ୯ ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ୧୧ରୁ ୧୮ ତାରିଖ ମଧ୍ୟରେ ନାମଲେଖା ହେବ। ଦ୍ୱିତୀୟ ମେରିଟ୍ ଲିଷ୍ଟ ୨୩ ରେପ୍ରକାଶ ପାଇ ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ଅକ୍ଟୋବର ୧ରେ ସ୍ପଟ୍ ଆଡମିଶନ ପାଇଁ ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Leave A Reply

Your email address will not be published.