ଜୁଲାଇ ୨୯ ରେ ମାଟ୍ରିକ୍ ପରୀକ୍ଷା ଫଳ -ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ

0 502

ଭୁବନେଶ୍ବର,୨୭/୭(ଏସଏସନିୟୁଜ)ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଘୋଷଣା କରିଛନ୍ତି । ବୋର୍ଡର ଦୁଇଟି ଓ୍ବେବସାଇଟ୍ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ବୋଲି ସେ କହିଛନ୍ତି।ସେହିପରି ଅଗଷ୍ଟ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ +୨ର କଳା ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରକାଶଥାଉ କି, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୬୦ଟି ମୁଲ୍ୟାଙ୍କନ କେନ୍ଦ୍ରରେ ୨ଟି ପର‌୍ୟ୍ୟାୟରେ ଖାତାଦେଖା ପ୍ରକ୍ରିୟା ଚାଲିଥିଲା । କ଼ରୋନା ଲାଗି ଖାତାଦେଖାରେ ବିଳମ୍ବ ହୋଇଥିବାରୁ ଦୈନିକ ୨ଟି ପର୍ଯ୍ୟାୟରେ  ଖାତାଦେଖା ଚାଲିଥିଲା । ସକାଳ ୯ଟାରୁ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ମୂଲ୍ୟାୟନ ହେଉଥିଲା । ଏପରିକି ରବିବାର ଏବଂ ଛୁଟି ଦିନଗୁଡିକରେ ମଧ୍ୟ ମୁଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଥିଲା । ତେବେ ସମସ୍ତ ମୂଲ୍ୟାୟନକେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସାମାଜିକ ଦୂରତ୍ୱ ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଥିଲା । ଖାତାଦେଖା ବ୍ୟବସ୍ଥା ସୁଚାରୁ ଭାବେ ପରିଚାଳନା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ସବୁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସର ନିଯୁକ୍ତ ହୋଇଥିଲେ ।ବିଶେଷକରି କାଭିଡ୍‌-୧୯ ଗାଇଡଲାଇନ୍ କୁ ଯେପରି ସର୍ବାଧିକ ଗୁରୁତ୍ୱ ଦିଆଯିବ ସେ ନେଇ ମଧ୍ୟ ଅବଗତ କରାଯାଇଥିଲା ।

Leave A Reply

Your email address will not be published.