ପୁଣି ଆଜି୧୫୦୩ ପଜିଟିଭ ଚିହ୍ନଟ ଓ ୭ ମୃତ

0 516

ଭୁବନେଶ୍ୱର,୨୭/୭(ଏସଏସନିୟୁଜ) ଆଜି ପୁଣି ୨୮ ଟି ଜିଲ୍ଲାରୁ୧୫୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୦୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦୧ ସ୍ଥାନୀୟ ଲୋକ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧, ଖୋର୍ଦ୍ଧାରୁ ୨୨୩, କଟକରୁ ୧୩୬ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୯, ବରଗଡରୁ ୨୩, ଭଦ୍ରକରୁ ୨୫, ବଲାଙ୍ଗୀରରୁ ୨୧, ବୌଦ୍ଧରୁ ୧, ଢେଙ୍କାନାଳରୁ ୩୨, ଗଜପତିରୁ ୭୩, ଜଗତସିଂହପୁରରୁ ୬, ଯାଜପୁରରୁ ୫୧, ଝାରସୁଗୁଡାରୁ ୧୦,କଳାହାଣ୍ଡିରୁ୧୦, କନ୍ଧମାଳରୁ ୭୩, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୪୩, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୮ , ନବରଙ୍ଗପୁରରୁ ୨, ନୟାଗଡରୁ ୮, ପୁରୀରୁ ୪, ରାୟଗଡାରୁ ୬୮, ସମ୍ବଲପୁରରୁ ୧୭, ସୋନପୁରରୁ ୪, ସୁନ୍ଦରଗଡରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି।ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହାସହ ପୁଣି ୭ ଜଣ କାରୋନାରେ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୬୩ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ୫୫ ଓ ୫୮ ବର୍ଷୀୟ ବ୍ୟକ୍ତି, ୫୧ ବର୍ଷୀୟ ମହିଳା,କଟକର ୬୬ ବର୍ଷୀୟ ବ୍ୟକ୍ତି, ମାଲକାନଗିରିର ଜଣେ ୫୧ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୪୫ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୭ କୁ ବୃଦ୍ଧି ପାଇଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪,୬୭,୪୪୭ଟି ନମୁନା ପରୀକ୍ଷା ହୋଇଛି। ସେଥିରୁ ମୋଟ ୨୬,୮୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୯୧୯ ଆକ୍ଟିଭ୍ କେସ୍ ରହିଛି।

Leave A Reply

Your email address will not be published.