ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ : ମନ୍ତ୍ରୀ

0 487

ତାରିଖ-୧୩-ଜୁଲାଇ-୨୦୨୦ ସୋମବାର,କେବଳ ଗୁରୁତ୍ୱପୂର୍ଣ୍ଣ ଖବର ସବିସ୍ତୃତ ଭାବରେ …
୧➡ପ୍ରକାଶ ପାଇଲା CBSE  ଦ୍ୱାଦଶ ରେଜଲ୍ଟ-ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ।ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍ ହାର ୮୮.୭୮% ରହିଛି। ଗତବର୍ଷ ପାସ ହାର ୮୩.୪୦% ରହିଥିଲା। ଅର୍ଥାତ ୨୦୨୦ ବର୍ଷରେ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି।ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ ହାର ୮୬.୧୯% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୨.୧୫% ରହିଛି। ତୃତୀୟ ଲିଙ୍ଗଙ୍କ ପାସ ହାର ୬୬.୬୭% ରହିଛି।ଅନ୍ୟପକ୍ଷରେ ଭୁବନେଶ୍ୱର ରିଜନରେ ପାସ୍ ହାର ୯୧.୪୬% ରହିଛି। ତ୍ରିଭେନ୍ଦ୍ରମ ରିଜନରେ ସର୍ବାଧିକ ୯୭.୬୭% ରେଜଲ୍ଟ ହୋଇଛି।
୨➡ ଜୁଲାଇ ୩୧ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ : ମନ୍ତ୍ରୀ-ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସମୀର ଦାଶ ମାଟ୍ରିକ ଫଳ ପ୍ରକାଶ ପାଇବା ସୂଚନା ଦେବା ସହିତ ଖାତା ଦେଖା ଶେଷ ହୋଇଛି ଏବଂ ଟାବୁଲେସନ ଚାଲିଛି ବୋଲି କହିଛନ୍ତି।
୩➡କରୋନା ଔଷଧ ଫାଭିପିରାବିରର ଦାମ କମିଲା-ନୂଆଦିଲ୍ଲୀ: ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି। ଗୋଟିଏ ଟାବଲେଟର ଦାମ ୧୦୩ ଟଙ୍କା ଥିଲା। ଏବେ ଏହା ୨୮ ଟଙ୍କା କମାଇ ୭୫ ଟଙ୍କା କରିଛି ଔଷଧ କମ୍ପାନୀ। ଏହି ଫାଭିପିରାବିରର ଫାବିଫ୍ଲୁ ବ୍ରାଣ୍ଡରେ ବିକ୍ରି ହେଉଛି। ଜୁନ୍ ୨୧ରେ ଏହି ଔଷଧକୁ କମ୍ପାନୀ ଲଞ୍ଚ କରିଥିଲା।
୪➡ଦୁଇ ଦିନ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା, ବଜ୍ରପାତ ବି ହୋଇପାରେ-ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟମରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରପ୍ ଲାଇନ୍ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି।ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ଅପରାହ୍ନ ସୁଦ୍ଧା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୫➡ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅମୁମତି-ଭୁବନେଶ୍ୱର: କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେଶନ କରାଯିବ। ଲକ୍ଷଣ ନ ଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ଚିକିତ୍ସିତ ହୋଇପାରିବେ। ସର୍ତ୍ତମୂଳକ ଭାବେ ଘରେରହି ସିକିତ୍ସା ପାଇଁ ଅନୁମତି ମିଳିବ। ହୋମ୍ ଆଇସୋଲେଶନରେ ରହୁଥିବା ଲୋକ ପାଇଁ ଜଣେ ଘର ଲୋକ ରହିବେ। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି।
୬➡ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ-ଭୁବନେଶ୍ୱର: ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୯୨୫୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୫୦୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୪୮, ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧, ଗଜପତିରୁ ୧୦, ନବରଙ୍ଗପୁରରୁ ୯, ଯାଜପୁରରୁ ୮, ନୟାଗଡ଼ରୁ ୮, ଜଗତସିଂହପୁରରୁ ୭, ଭଦ୍ରକରୁ ୬, ଢ଼େଙ୍କାନାଳରୁ ୬,ଅନୁଗୁଳରୁ ୫, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୪, କୋରାପୁଟରୁ ୪, ବରଗଡ଼ରୁ ୩, କେନ୍ଦୁଝରରୁ ୨,ଝାରସୁଗୁଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୭➡କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍, ମିଳିବ ସର୍ତ୍ତମୂଳକ ଅନୁମତି -ଭୁବନେଶ୍ବର, ଯେ କୌଣସି ସଂସ୍ଥା ଚାହିଁଲେ ଖୋଲି ପାରିବେ କୋଭିଡ୍ କେୟାର ହୋମ୍ । ଘରୋଇ ଅନୁଷ୍ଠାନ, ଘରୋଇ କମ୍ପାନି କିମ୍ବା ଯେକୌଣସି ସଂସ୍ଥା ଚାହିଁଲେ କୋଭିଡ୍ କେୟାର ହୋମ୍ ଖୋଲି ପାରିବେ। ତେବେ ନିଜ ସଂସ୍ଥାର କର୍ମଚାରୀଙ୍କ ସୁବିଧା ଏବଂ ସୁସ୍ଥ ମାନସିକ ସ୍ଥିରତା ପାଇଁ ଛୋଟ, ବଡ ସଂସ୍ଥାମାନେ ନିଜେ ଏମିତି ଆଇସୋଲେସନ ସେଣ୍ଟର ଖୋଲି ସେମାନଙ୍କ କର୍ମଚାରୀଙ୍କୁ ରଖି ଚିକିତ୍ସା କରାଇପାରିବେ।
୮➡ଭାରତରେ ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ଗୁଗୁଲ-ନୂଆଦିଲ୍ଲୀ: ଭାରତର ଡିଜିଟାଲ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ଭାରତ ସରକାରଙ୍କ ସହ ହାତ ମିଳାଇଛି ଗୁଗୁଲ ଜ୍ଝ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆର ସ୍ବପ୍ନକୁ ପୂରଣ କରିବା ପାଇଁ ଗୁଗୁଲ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି ଜ୍ଝ ଏ ନେଇ ଆଜି ଟୁଇଟ କରି ସୂଚନା ଦେଇଛନ୍ତି ଗୁଗୁଲର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ ଜ୍ଝ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୁ ସମର୍ଥନ କରି ଆମେ ଗର୍ବିତ ବୋଲି ଲେଖିବା ସହ ଗୁଗୁଲ ୭୫,୦୦୦ କୋଟି ଟଙ୍କାର ପାଣ୍ଠି ଦେବ ବୋଲି କହିଛନ୍ତି।
୯➡ ଦର୍ଶକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ଓଲି ସରକାର, ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଉପରୁ ହଟିଲା କଟକଣା
କାଠମାଣ୍ଡୁ: ନେପାଳର କେବୁଲ ଅପରେଟର ଓଲି ସରକାରଙ୍କ ଇସାରାରେ ଭାରତର ଘରୋଇ ନ୍ୟୁଜ୍ ଚ୍ୟାନେଲ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରି ନେଇଛନ୍ତି। ରବିବାର ସନ୍ଧ୍ୟାରୁ ନେପାଳରେ ଭାରତୀୟ ଚ୍ୟାନେଲର ପ୍ରସାରଣ ଆରମ୍ଭ ହୋଇ ଯାଇଛି। ମ୍ୟାକ୍ସ ଡିଜିଟାଲ ଟେଲିଭିଜନର ଉପ ସଭାପତି ଧୁର୍ବା ଶର୍ମା କେବୁଲ ଅପରେଟଙ୍କ ସହିତ ବୈଠକ ପରେ ଏହି ନିଷିଦ୍ଧାଦେଶ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଶର୍ମା କହିଛନ୍ତି, କିଛି ଆପତ୍ତିଜନକ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ଚ୍ୟାନେଲ ଉପରେ ଏବେ ମଧ୍ୟ କଟକଣା ବଳବତ୍ତର ରହିବ।
୧୦➡କାଲି ପୁଣି ଭାରତ-ଚୀନ୍ ଆଲୋଚନା, ୨ୟ ପର‌୍ୟ୍ୟାୟରେ ସୀମାରୁ ସେନା ଅପସାରଣ ନେଇ ହେବ ବୈଠକ -ନୂଆଦିଲ୍ଲୀ, ପ୍ରକୃତ ନିୟନ୍ତ୍ରଣ ରେଖା ଏଲଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ ମଧ୍ୟରେ ଆସନ୍ତାକାଲି ସାମରିକସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଏଲଏସିର ଭାରତ ପଟେ ପୂର୍ବ ଲଦାଖର ଚୁସୁଲଠାରେ ହେବାକୁ ଥିବା ଏହି ବୈଠକରେ ୨ୟ ପର‌୍ୟ୍ୟାୟ ସେନା ଅପସାରଣ ନେଇ ଆଲୋଚନା ହେବ।
୧୧➡ ବିଜେଡ଼ିରେ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କିଏ-ଭୁବନେଶ୍ୱର: ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦ୍ଝର ,ଗୀତା ବସ୍ତିଆ-ଗଜପତି, ଗଞ୍ଜାମ ,କସ୍ତୁରି ମହାପାତ୍ର-ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର ,ଉର୍ମିଲତା ଦାସ- ଭଦ୍ରକ, ମୟୁରଭଞ୍ଜ ,ପ୍ରଭାସିନି ଷଡ଼ଙ୍ଗୀ-କଟକ ,ଜ୍ୟୋତି ପାଣିଗ୍ରାହୀ-ଝାରସୁଗୁଡ଼ା, ସୁନ୍ଦରଗଡ଼ ,ସ୍ନିଗ୍ଧା ପାଣିଗ୍ରାହୀ-ରାୟଗଡ଼ା, ନବରଙ୍ଗପୁର ,ନିବେଦିତା ମହାନ୍ତି-କୋରାପୁଟ, ମାଲକାନଗିରି ,କୁଞ୍ଜଲତା-ନୟାଗଡ଼ ,ପୁଷ୍ପାଞ୍ଜଲି ରାଣା-ଅନୁଗୁଳ, ଦେବଗଡ଼, ଢ଼େଙ୍କାନାଳ ,ମୀନତି ଦେବତା-ସମ୍ବଲପୁର , ବରଗଡ଼ ,ଭାରତୀ ସିଂହ-ବାଲେଶ୍ୱର ସରୋଜିନୀ ରାଜ-ବଲାଙ୍ଗୀର, ସୋନପୁର .ସଙ୍ଘମିତ୍ରା ଦଳେଇ- କନ୍ଧମାଳ, ବୌଦ୍ଧ ,ରେଜୱାନା ବେଗମ-ଯାଜପୁର ,ମୀତା ରାଉତ-କେନ୍ଦ୍ରାପଡ଼ା ,ସ୍ନେହାଞ୍ଜଲି ମହାନ୍ତି-ଜଗତସିଂହପୁର ,ସଞ୍ଜୁକ୍ତା ମହାନ୍ତି- କଳାହାଣ୍ଡି, ନୂଆପଡ଼ା
୧୨➡ଗୁଗଲ୍ ସିଇଓଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ।ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସି କରିଛନ୍ତି। ପିଚାଇଙ୍କ ସହ କଥାବାର୍ତ୍ତା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି, ‘ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହ ଏକ ସଫଳ ଆଲୋଚନା ହୋଇଛି। ଆମେ ଭାରତୀୟ କୃଷକ, ଯୁବବର୍ଗ ଏବଂ ଉଦ୍ୟୋକ୍ତାଙ୍କ ଜୀବନକୁ ବଦଳିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିର ଶକ୍ତିର ଉପଯୋଗ ବ୍ୟତୀତ ଅନ୍ୟ କିଛି ବିଷୟ ଉପରେ ଆଲୋଚନା କଲୁ ।

Leave A Reply

Your email address will not be published.