ଜୁଲାଇ ପହିଲାରୁ ପାଠପଢ଼ା ଆରମ୍ଭ

0 526

ସଂକ୍ଷେପରେ ସକାଳର ଖବର , ତାରିଖ ୨୬/୦୫/୨୦, ମଙ୍ଗଳବାର
୧-ଜୁଲାଇ ପହିଲାରୁ ଅଷ୍ଟମ ଶ୍ରେଣୀଠାରୁ ପାଠପଢ଼ା ଆରମ୍ଭ ପାଇଁ ଯୋଜନା। ପ୍ରଥମେ ଗ୍ରୀନ,ଅରେଞ୍ଜ ଜୋନ୍ ରେ ସାମାଜିକ ଦୂରତ୍ବ ବଜାୟ ସହିତ ୩୦% ଉପସ୍ଥାନରେ ଖୋଲିବ ସ୍କୁଲ।
୨-ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ, ୬୦ଟି ସେଣ୍ଟରରେ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା।୪୫ ଦିନ ମଧ୍ୟରେ ପ୍ରକାଶ ପାଇବ ରେଜଲ୍ଟ।
୩-ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବକୁ ମିଳିଲା ସବୁଜ ସଙ୍କେତ, ୭ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ ଶିବ ବିବାହ।
୪-କିସ୍ ର ୩୦,୦୦୦ ଛାତ୍ରଛାତ୍ରୀମାନଙ୍କ ନିକଟକୁ ଖାଦ୍ୟ ଓ ପାଠ୍ୟୋପକରଣ ୨୫ ଟି ବସ୍ ଯୋଗେ ପଠାଯାଇଛି। ନିର୍ଦ୍ଧାରଣ କରାଯାଇଥିବା ସ୍ଥାନରେ ଅଭିଭାବକମାନେ ଏସବୁ ସାମଗ୍ରୀ ଗ୍ରହଣ କରିବେ।
୫-ଆଜିଠୁ ଗଡ଼ିବ ‘ମୋ ବସ୍’ । ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ସାତଟି ରୁଟ୍ ଦେଇ ଚାଲିବ ବସ୍ । ପ୍ରତି ଅଧଘଣ୍ଟାରେ ଏହି ରୁଟଗୁଡ଼ିକରେ ପାଇବେ ବସ୍, ମାସ୍କ ନ ପିନ୍ଧିଲେ ବସ ଭିତରକୁ ଚଢ଼ିବା ମନା ।
୬-ଭୁବନେଶ୍ୱର: ଗତ କାଲିଠୁ ଗଡିଲାଣି ଅଟୋ,ହେଲେ ବଇନି ହେଉନି।
୭-ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କଣ କରୋନା ଆକ୍ରାନ୍ତ , ସୁସ୍ଥ ସଂଖ୍ୟା ୬୪୯କୁ ବୃଦ୍ଧି।
୮-ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ, ଚୂଡ଼ାନ୍ତ ହେଲା ତାଲିକା।
୯-ଆତ୍ମନିର୍ଭର ଭାରତ ଯୋଜନାରେ  ସୃଷ୍ଟି ହେବ ୫ କୋଟି ଚାକିରି – ଗଡ଼କରୀ
୧୦-ଲକଡାଉନ ମଧ୍ୟରେ ରାମଲାଲାଙ୍କ ଉପରେ ଟଙ୍କା ବର୍ଷା କରିଲେ ଭକ୍ତ, ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୪.୬୦ କୋଟି ଟଙ୍କା।୧୧-ଭୂକମ୍ପରେ ଥରିଲା ଉତ୍ତର-ପୂର୍ବ ଭାରତ: ରିକ୍ଟର ସ୍କେଲରେ ୫.୫।
୧୨-ଲଦାଖ ସୀମାରେ ଉତ୍ତେଜନା ଜାରି: ସୀମାରେ ଚୀନର ୫ ହଜାର ସେନା ମୂତୟନ ପରେ ଜବାବରେ ସୈନ୍ୟ ସଂଖ୍ୟା ବଢ଼ାଇଲା ଭାରତ ।

Leave A Reply

Your email address will not be published.